ସିସିଟିଭି ଲଗାଇଲେ ବୋଲି ପତ୍ନୀ ଓ ଝିଅକୁ ନିସ୍ତୁକ ପିଟିଲେ

Advertisment
ଡାଆଣୀ ଭାବି ବୃଦ୍ଧା ମା ଓ ଝିଅକୁ ଅକଥନୀୟ ନିର୍ଯାତନା: କଙ୍ଗାରୁ କୋର୍ଟରେ ଘୋଷାଡ଼ି ଘୋଷାଡ଼ି ନିସ୍ତୁକ ପିଟିଲେ

Deccan Chronicle

ଭୁବନେଶ୍ବର : ଘରେ ସିସିଟିଭି ଲଗାଇବାରୁ ଘରେ ଭଙ୍ଗାରୁଜା କଲେ। ପତ୍ନୀ ଓ ଝିଅକୁ ପାଇପ୍‌ରେ ନିସ୍ତୁକ ପିଟିଲେ। ଆକ୍ରମଣ ଯୋଗୁଁ ପତ୍ନୀ ମିନତି ସାହୁ ଓ ଝିଅ ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଖଣ୍ଡଗିରି ଥାନା ତପୋବନ ବସ୍ତିରେ।

ସୂଚନା ମୁତାବକ, ବୁଧବାର ଅପରାହ୍‌ଣ ପାଖାପାଖି ୪ଟା ସମୟରେ ମିନତି ତାଙ୍କ ଘରେ ସିସିଟିଭି ଲଗାଉଥିଲେ। ଏହି ସମୟରେ ସ୍ବାମୀ ବିବେକାନନ୍ଦ ସାହୁ ସେଠାରେ ପହଞ୍ଚି ସିସିଟିଭି ଲଗାଇବାକୁ ବିରୋଧ କରିଥିଲେ। ସିସିଟିଭି ଲଗାଇବାକୁ ଆସିଥିବା ପିଲାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ସେଠାରୁ ତଡ଼ିଥିଲେ। ଏହାପରେ ଘର ତାଲା ଭାଙ୍ଗି ଜିନିଷପତ୍ର ଭଙ୍ଗାରୁଜା କରିଥିଲେ। ଏତିକିରେ ତାଙ୍କ ମନ ଶାନ୍ତି ହୋଇନଥିଲା। ସେଠାରେ ପଡ଼ିଥିବା ଏକ ଲୁହା ପାଇପ୍ ଉଠାଇ ପତ୍ନୀ ଓ ଝିଅକୁ ନିସ୍ତୁକ ପିଟିଥିଲେ। ଏ ନେଇ ମିନତି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe