ସ୍ୱାମୀକୁ ଜେଲ୍‌ରୁ ମୁକୁଳାଇବାକୁ ଯାଇ କନେଷ୍ଟବଳ ପ୍ରେମରେ ସ୍ତ୍ରୀ

୧୦ ବର୍ଷର ପୁଅକୁ ଛାଡ଼ି ପଳାଇଥିଲେ, ମେଦିନୀପୁରରୁ ଉଦ୍ଧାର କଲା ପୁଲିସ

ପଶ୍ଚିମବଙ୍ଗରୁ ଫେରାର ପ୍ରେମୀଯୁଗଳ ବାଳକାଟିରୁ ଉଦ୍ଧାର

Deccan Chronicle

ପୁରୁଣା ଭୁବନେଶ୍ବର : ସ୍ୱାମୀଙ୍କୁ ଜେଲ୍‌ରୁ ମୁକୁଳାଇବା ପାଇଁ ଯାଇଥିବା ମହିଳା ଜଣେ କନେଷ୍ଟବଳଙ୍କ ପ୍ରେମରେ ପଡ଼ିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି। ସ୍ବାମୀ ଜେଲ୍‌ରୁ ଫେରିବା ବେ‌ଳକୁ ୧୦ବର୍ଷର ପୁଅକୁ ଛାଡ଼ି ମହିଳା ଜଣକ କନେଷ୍ଟବଳଙ୍କ ସହ ଫେରାର ହୋଇଯାଇଥିଲେ। ଏଣେ ଜେଲରୁ ଫେରି ସ୍ବାମୀ ସବୁ ଜାଣିବା ପରେ ସ୍ତ୍ରୀ ନିଖୋଜ ନେଇ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ଅନୁସନ୍ଧାନ କରି ଶେଷରେ ନିଖୋଜ ମହିଳାଙ୍କୁ ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳରୁ ଉଦ୍ଧାର କରିଛି।

ମିଳିଥିବା ସୂଚନା ମୁତାବକ ନିଆଳି ଅଞ୍ଚଳର ଜଣେ ଯୁବକ କପିଳେଶ୍ବର ଅଞ୍ଚଳରେ ଭଡ଼ାରେ ରହୁଥିଲେ। କିଛିଦିନ ତଳେ ସେ କଫ୍‌ ସିରପ୍‌ ବିକିବାକୁ ପଶ୍ଚିମବଙ୍ଗ ଯାଇଥିବାବେଳେ ସ୍ଥାନୀୟ ପୁଲିସ ତାଙ୍କୁ ଗିରଫ କରି ଜେଲ ପଠାଇଥିଲା। ଜେଲ୍‌ର ଜଣେ କନଷ୍ଟେବଳ ତାଙ୍କ ବ୍ୟକ୍ତିଗତ ଫୋନରୁ ଅଭିଯୁକ୍ତର ସ୍ତ୍ରୀଙ୍କୁ ଫୋନ୍‌ କରି ଗିରଫ ଖବର ଦେଇଥିଲେ। ସ୍ବାମୀକୁ ମୁକୁଳାଇବା ପାଇଁ ପଶ୍ଚିମବଙ୍ଗ ଯାଇଥିଲେ ‌ମହିଳା। ହେଲେ ଉକ୍ତ କନଷ୍ଟେବଳ ଓ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏଣେ ସ୍ବାମୀକୁ ଜାମିନ ମିଳିବା ବେଳକୁ ସ୍ତ୍ରୀ କନେଷ୍ଟବଳ ପାଖକୁ ମେଦିନୀପୁର ପାଳାଇଥିଲେ। ସ୍ବାମୀ ଭୁବନେଶ୍ବର ଫେରି ଆସି ସ୍ତ୍ରୀକୁ ଖୋଜିଥିଲେ। ମା‌ତ୍ର ସ୍ତ୍ରୀଙ୍କ ସନ୍ଧାନ ନ ପାଇ ନିରାଶ ହୋଇ ଶ୍ରୀଲିଙ୍ଗରାଜ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ଅନୁସନ୍ଧାନ କରି ଶେଷରେ ପଶ୍ଚିମବଙ୍ଗ ମେଦିନୀପୁରରୁ ନିଖୋଜ ମହିଳାଙ୍କୁ ଠାବ କରିବା ପରେ କନେଷ୍ଟବଳଙ୍କ ସହ ମହିଳାଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe