ପତ୍ନୀଙ୍କୁ ହତ୍ୟା, ସ୍ବାମୀ ଗିରଫ

ଚରିତ୍ର ସନ୍ଦେହ କରି ସ୍ତ୍ରୀକୁ ହତ୍ୟା, ସ୍ୱାମୀ ଗିରଫ

timesof india

ଭୁବନେଶ୍ବର: ପାରିବାରିକ କଳହକୁ କେନ୍ଦ୍ରକରି ମଞ୍ଚେଶ୍ବର ଚକେଇସିଆଣି ଅଞ୍ଚଳରେ ସ୍ବାମୀ ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ସ୍ତ୍ରୀର ମୃତ୍ୟୁ ହୋଇଛି। ଏହି ଘଟଣାରେ ମଞ୍ଚେଶ୍ବର ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀ ଶୁକଦେବ ସେଠୀକୁ ଗିରଫ କରିଛି। ମୃତ ମହିଳା ହେଲେ ମାଳତୀ ଭୋଇ। ପୁଲିସ ସୂଚନା ଅନୁସାରେ, ଶୁକଦେବ ଚକେଇସିଆଣି ଶ୍ରୀରାମନଗର ବସ୍ତିରେ ରୁହେ। ପତ୍ନୀ ମାଳତୀଙ୍କ ସହ ବିଭିନ୍ନ ସମୟରେ ପାଟିତୁଣ୍ଡ ହୁଏ। ଗତ ଜୁନମାସ ରଜ ସମୟରେ ପାରିବାରିକ କଳହ ଉଗ୍ରରୂପ ନେଇଥିଲା। ଶୁକଦେବ ଏକ ପଥରରେ ପତ୍ନୀ ମାଳତୀଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ସ୍ବାମୀ ଆକ୍ରମଣରେ ଗୁରୁତର ହୋଇ ମାଳତୀ ଏମ୍‌ସରେ ଚିକିତ୍ସିତ ହେଉଥିଲେ।

ସେଠାରେ ଅସ୍ତ୍ରୋପଚାର କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ବେଳେ ଗତ ଦୁଇଦିନ ହେଲା ହଠାତ୍ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ ମାଳତୀ। ଆଜି ତାଙ୍କର ମୃତ୍ୟୁ ହୋଇଥିଲା। ପୂର୍ବରୁ ମଞ୍ଚେଶ୍ବର ଥାନା ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିବା ବେଳେ ଏହାକୁ ହତ୍ୟା ମାମଲାକୁ ପରିବର୍ତ୍ତନ କରିଛି। ଶୁକଦେବକୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe