ପତ୍ନୀ ହତ୍ୟା ମାମଲା : ୧୫ ବର୍ଷ ପରେ ଜେଲରୁ ମୁକୁଳିଲେ ସ୍ବାମୀ

Advertisment

ନିମ୍ନ ଅଦାଲତଙ୍କ ଅଜୀବନ କାରାଦଣ୍ଡାଦେଶ ରାୟ ରଦ୍ଦ କଲେ ହାଇକୋର୍ଟ

ନିମ୍ନ ଅଦାଲତଙ୍କ ଅଜୀବନ କାରାଦଣ୍ଡାଦେଶ ରାୟ ରଦ୍ଦ କଲେ ହାଇକୋର୍ଟ

ହାଇକୋର୍ଟରେ ହାଜର ହେଲେ ଉଚ୍ଚଶିକ୍ଷା ସଚିବ

କଟକ : ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜଣେ ବ୍ୟକ୍ତି ୧୫ ବର୍ଷ ପରେ ଜେଲରୁ ମୁକୁଳିଛନ୍ତି। ପତ୍ନୀ ହତ୍ୟାକାଣ୍ଡ ମାମଲାରେ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିବା ଧ୍ରୁବଚରଣ ଦାସଙ୍କୁ ଜେଲରୁ ମୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଧ୍ରୁବଙ୍କୁ ପତ୍ନୀ ହତ୍ୟା ମାମଲାରେ ୨୦୦୫ ସେପ୍ଟେମ୍ବର ୯ରେ କଟକ ଆଡହକ୍ ଅତିରିକ୍ତ ଦୌରା ଜଜ୍ (ଫାଷ୍ଟ ଟ୍ରାକ୍ କୋର୍ଟ) ଆଇପିସର ଦଫା ୩୦୨ରେ ପ୍ରଦାନ କରିଥିବା ଆଜୀବନ କାରାଦଣ୍ଡାଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଅନ୍ୟପକ୍ଷରେ ଆଇପିସିର ଦଫା ୪୯୮-କ’ରେ ଧ୍ରୁବଙ୍କୁ ନିମ୍ନ ଅଦାଲତ ଦୋଷୀ ସାବ୍ୟସ୍ତ କରି ପ୍ରଦାନ କରିଥିବା ରାୟକୁ ହାଇକୋର୍ଟ କାଏମ ରଖିଛନ୍ତି। କିନ୍ତୁ ୧୫ବର୍ଷ ହେବ ଧ୍ରୁବ ଜେଲ୍‌ରେ ରହିଥିବାରୁ ଦଫା ୪୯୮-କ’ରେ ଅଲଗା ଦଣ୍ଡାଦେଶ ଦିଆଯିବା ଆବଶ୍ୟକ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ ଏସ.କେ. ମିଶ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୯୮ ଅଗଷ୍ଟ ୨୬ରେ ଧ୍ରୁବ ପତ୍ନୀ କାମିନୀଙ୍କୁ ହତ୍ୟା କରିଥିବା ନେଇ ନିଆଳି ଥାନାରେ ଅଭିଯୋଗ ହୋଇଥିଲା। ୧୨ ବର୍ଷ ତଳେ ଧ୍ରୁବଙ୍କ ବିବାହ କାମିନୀଙ୍କ ସହିତ ହୋଇଥିବାବେଳେ ଘଟଣା ବେଳେ ତାଙ୍କର ୮ ବର୍ଷର ପୁଅ ଥିଲା। ଧ୍ରୁବ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ମୃତ ମହିଳାଙ୍କ ଭାଇ ନିଆଳି ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ପୁଲିସ ଧ୍ରୁବଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ପରେ ଚାର୍ଜସିଟ ଦାଖଲ କରିଥିଲା। ୨୦୦୫ ସେପ୍ଟେମ୍ବର ୯ରେ କଟକ ଆଡହକ୍ ଅତିରିକ୍ତ ଦୌରା ଜଜ୍ (ଫାଷ୍ଟ ଟ୍ରାକ୍ କୋର୍ଟ) ଆଇପିସର ଦଫା ୩୦୨ ଓ ୪୯୮-କ’ରେ ଧ୍ରୁବଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହି ରାୟକୁ ଚ‌ାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ନିମ୍ନ ଅଦାଲତରେ ଗ୍ରହଣ କରାଯାଇଥିବା ସାକ୍ଷ୍ୟ ପ୍ରମାଣରୁ ଧ୍ରୁବ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ନେଇ କୌଣସି ଠୋସ୍ ପ୍ରମାଣ ମିଳି ନଥିବା ଆବେଦନରେ ଦର୍ଶାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe