ସାବିତ୍ରୀ ଓଷାରେ ସ୍ତ୍ରୀଙ୍କ ବାଜିମାତ୍‌: ରକ୍ଷିତାଠାରୁ ସ୍ବାମୀଙ୍କୁ ଛଡ଼ାଇଲେ

Advertisment
ସାବିତ୍ରୀ ଓଷାରେ ସ୍ତ୍ରୀଙ୍କ ବାଜିମାତ୍‌: ରକ୍ଷିତାଠାରୁ ସ୍ବାମୀଙ୍କୁ ଛଡ଼ାଇଲେ

ଭୁବନେଶ୍ବର : ଯମରାଜଙ୍କ କବଳରୁ ସ୍ବାମୀଙ୍କୁ ଜୀବନ୍ତ ଫେରାଇ ଆଣିପାରିଥିଲେ ସାବିତ୍ରୀ। କିଂବଦନ୍ତି ଅନୁସାରେ ଏହି ଦିନକୁ ସାବିତ୍ରୀ ଓଷା ଭାବେ ପାଳନ କରାଯାଉଛି। ଠିକ୍ ସେମିତି ଏକ ଘଟଣା ସୋମବାର ଦିନ ସହିଦନଗର ଥାନାରେ ଅଞ୍ଚଳରେ ବେଶ୍ ଚର୍ଚ୍ଚାର କାରଣ ହୋଇଛି। ତେବେ ଆଜିର ଘଟଣାରେ ସ୍ତ୍ରୀ ନିଜ ସ୍ବାମୀଙ୍କୁ ରକ୍ଷିତାଙ୍କଠାରୁ ଛଡ଼ାଇ ଆଣିବାରେ ସଫଳ ହୋଇଛନ୍ତି। ଗୁଜରାଟରେ ଅଛି ବୋଲି କହି ଦୀର୍ଘ ଦିନ ହେଲା ଭୁବନେଶ୍ବରରେ ରକ୍ଷିତା ପାଖରେ ଥିବା ସ୍ବାମୀଙ୍କୁ ସ୍ତ୍ରୀ ଖୋଜିଖୋଜି ଠାବ କରିଛନ୍ତି। ସହିଦନଗର ଥାନା ପୁଲିସ ରକ୍ଷିତାଙ୍କୁ ଆଶ୍ରୟ କେନ୍ଦ୍ରରେ ଛାଡ଼ିଥିବା ବେଳେ ସ୍ବାମୀଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

publive-image

ଘଟଣାଟି ଏମିତି। କଟକ ଅଞ୍ଚଳର ଏହି ଯୁବକ ଜଣକ ଗୁଜରାଟରେ କାମ କରୁଥିବା କହି ଦୀର୍ଘ ଦିନ ହେଲା ଘରକୁ ଯାଉନଥିଲେ। ସ୍ତ୍ରୀ ତାଙ୍କୁ ବାରମ୍ବାର ଯୋଗାଯୋଗ କରୁଥିଲେ ବି ମିଛ କହି ସେ ଘରକୁ ଯାଉନଥିଲେ। ତେଣୁ ସ୍ତ୍ରୀଙ୍କର ସନ୍ଦେହ ହୋଇଥିଲା। ଏବର୍ଷ ଯେମିତି ହେଉ ସାବିତ୍ରୀକୁ ଘରକୁ ଫେରିବାକୁ ସ୍ତ୍ରୀ ବହୁ ଅନୁରୋଧ କରିଥିଲେ। ଯୁବକ ବି ଘରକୁ ଯିବେ ବୋଲି କହିଥିଲେ। କିନ୍ତୁ ଗତକାଲି ସନ୍ଧ୍ୟା ସୁଦ୍ଧା ସେ ଘରକୁ ଫେରିନଥିଲେ। ଏଭିତରେ ପ୍ରଥମ ସ୍ତ୍ରୀଙ୍କ ଭାଇ କୌଣସି ସୂତ୍ରରୁ ଖବର ପାଇଲେ ଯେ ଭିଣୋଇ ଭୁବନେଶ୍ବର କେସୁରା ଅଞ୍ଚଳରେ ଜଣେ ମହିଳାଙ୍କ ସହ ରହୁଛନ୍ତି। ସ୍ବାମୀ ପରିତ୍ୟକ୍ତା ଉକ୍ତ ମହିଳା ତାଙ୍କ ଭିଣୋଇଙ୍କ ସହ ପ୍ରାୟ ବ‌ର୍ଷେ ହେଲା ଅଛନ୍ତି। ତେଣୁ ଭାଇ ଭଉଣୀ ସୋମବାର ଦିନ ଏକାଠି ହୋଇ ଭୁବନେଶ୍ବର ଆସିଥିଲେ ଓ କେସୁରା ଅଞ୍ଚଳରେ ଖୋଜିଥିଲେ। ସତକୁ ସତ ସେମାନଙ୍କ ପତ୍ତା ମିଳିଯାଇଥିଲା। ଏନେଇ ସ୍ତ୍ରୀ ତୁରନ୍ତ ସହିଦନଗର ଥାନା ପୁଲିସ ସହ ଯୋଗାଯୋଗ କରିଥିଲେ। ଖବର ପାଇ ପୁଲିସ କେସୁରାରେ ପହଞ୍ଚି ଯୁବକ ଓ ଉକ୍ତ ମହିଳାଙ୍କୁ ଥାନାକୁ ଆଣିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe