ଥାନା ଆଗରେ ଧାରଣା ଦେଲେ ପତ୍ନୀ

Advertisment

ଯୁବକଙ୍କୁ ପୋଡ଼ି ମାରିଦେବା ଘଟଣା

ଯୁବକଙ୍କୁ ପୋଡ଼ି ମାରିଦେବା ଘଟଣା

ଥାନା ଆଗରେ ଧାରଣା ଦେଲେ ପତ୍ନୀ

...POLICE COMMISSIONERATE... BHUBANESWAR - CUTTACK

ଚନ୍ଦ୍ରଶେଖରପୁର : ଇନ୍‌ଫୋସିଟି ଥାନା ଅଧୀନ ଚିରଗାଲ୍‌ଟୋଲା ବସ୍ତିର ବଣ୍ଟି ସକ୍‌ନେସାଙ୍କ ହତ୍ୟା ଘଟଣାକୁ ଦଶ ଦିନ ପୂରିଲା। ସ୍ୱାମୀକୁ ହରେଇ ପ୍ରିୟା ସକ୍‌ସେନା ଦଶତୁଠ ଛାଡ଼ି ନ୍ୟାୟ ଆଶାରେ ଆଜି ଥାନା ଆଗରେ ଚାରି ପିଲାଙ୍କ ସହିତ ଧାରଣା ଦେଇଥିଲେ। ତଥାପି ତାଙ୍କୁ ନ୍ୟାୟ ମିଳିଲା ନାହିଁ। ଇନ୍‌ଫୋସିଟି ଥାନା ଅଧିକାରିଣୀ ବନିତା ମହାରଣା ବିଧବା ମହିଳା ଓ ତାଙ୍କ ସହିତ ଥିବା ବାପା ଛେଉଣ୍ଡ ୪ପିଲାଙ୍କ ବିକଳ ଅବସ୍ଥାକୁ ହୃଦୟଙ୍ଗମ କରିବା ପରିବର୍ତ୍ତେ ଥାନା ଆଗରୁ ଚାଲିଯିବା ପାଇଁ ନିର୍ଦେଶ ଦେଇଥିଲେ। ଅପରପକ୍ଷରେ ବସ୍ତିବାସିନ୍ଦା ନିଜର ଭୁଲ ବୁଝିପାରି ସେହି ବସ୍ତିରେ ପ୍ରିୟା ଓ ତା’ର ପିଲାମାନଙ୍କ ରହିବାନେଇ କୌଣସି ଆପତ୍ତି ନାହିଁ ବୋଲି କହିଥିବା ଜଣାପଡ଼ିଛି। ଥାନା ଆଇଆଇସି ଗତ ରବିବାର ବିଳମ୍ବିତ ରାତିରୁ ବଣ୍ଟି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁବାସ ଦାସକୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି। ତା’କୁ ଥାନାରେ ଜେରା କରିବା ସହିତ ଏହି ଘଟଣାରେ ସାମିଲ୍‌ଥିବା ଅନ୍ୟ ୩ ଅଭିଯୁକ୍ତଙ୍କ ବିଷୟରେ ତଥ୍ୟ ହାସଲ କରୁଥିବା ଜଣାପଡ଼ିଛି। ଯେଉଁମାନେ କି ବର୍ତ୍ତମାନ ସୁଦ୍ଧା ଫେରାର୍‌ ଅଛନ୍ତି। ଅନ୍ୟପକ୍ଷରେ ଜଣେ ହତ୍ୟା ଅଭିଯୁକ୍ତ ପୁଲିସ୍‌ର ସନ୍ଦେହରୁ ବର୍ତିବା ପାଇଁ ବସ୍ତିରେ ବୁଲାବୁଲି କରି ବସ୍ତିଲୋକଙ୍କୁ ଅସହାୟ ପ୍ରିୟାଙ୍କ ବିରୋଧରେ ମେଳି କରୁଥିବା ନଜରକୁ ଆସିଛି। ଅପରପକ୍ଷରେ ବସ୍ତିରେ ରହୁଥିବା ଜଣେ ପୁଲିସ୍‌ ବାବୁ ହତ୍ୟା ଘଟଣାଦିନ ବିଳମ୍ବତ ରାତିରେ ଅଭିଯୁକ୍ତଙ୍କ ସହ ମଦ୍ୟପାନ କରିଥିବା ବେଳେ ବଣ୍ଟିକୁ ରାସ୍ତାରୁ ହଟାଇଦେବା ନେଇ ଯୋଜନାରେ ସାମିଲ୍‌ଥିବା ବସ୍ତିବାସିନ୍ଦା ପ୍ରକାଶ କରିଛନ୍ତି। ଉକ୍ତ ପୁଲିସ୍‌ ବାବୁ ଜଣଙ୍କ ବସ୍ତିରେ ମୁରବି ହୋଇ ଅନେକ ଘରକରି ଭଡ଼ା ଦେଇଥିବା ବେଳେ ଅର୍ଥ ଓ ବାହୁବଳରେ କିଛି ଅସାମାଜିକ ଲୋକଙ୍କୁ ଏକାଠିକରି ପ୍ରିୟା ବିରୋଧରେ ଇନ୍‌ଫୋସିଟି ଥାନା ଘେରାଉକରିବା ନେଇ ଯୋଜନା କରୁଥିବା ବେଳେ ଗଣମାଧ୍ୟମ ଭୟରେ ସାଥିରେ ଥିବା ଯୁବକମାନେ ଛତ୍ରଭଙ୍ଗ ଦେଇଥିଲେ। କେଉଁ କାରଣଯୋଗୁ ପୁଲିସ୍‌ ବାବୁ ଜଣଙ୍କ ପ୍ରିୟାକୁ ସେଠାରୁ ବାହାର କରିବାପାଇଁ ଚାହାନ୍ତି ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଏପାଖେ ପ୍ରିୟା ନିଜ ସ୍ୱାମୀଙ୍କ ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିବା ଓ ବାପ ଛେଉଣ୍ଡ ପିଲାମାନଙ୍କ ଭବିଷ୍ୟତ ଆଶାରେ ବାରମ୍ବାର ଥାନା ଓ ବସ୍ତି ବାସିନ୍ଦାଙ୍କ ନିଷ୍ପତ୍ତି ଉପରେ ନିଜ ଭାଗ୍ୟକୁ ଆଦରି ଅପେକ୍ଷା କରିଛନ୍ତି। ଆଜି ରାତିରେ ପୁଣି ବସ୍ତିରେ ବଣ୍ଟି ହତ୍ୟା ଘଟଣାକୁ ନେଇ ବୈଠକ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe