ନନ୍ଦନକାନନରେ ପଶିଲା ବଣୁଆ ହାତୀ

କଣିହାଁ ବ୍ଲକ୍‌ର ଉପାନ୍ତ ଅଞ୍ଚଳରେ ରାତିରେ ବିଦ୍ୟୁତ୍‌ କାଟ ଯୋଗୁଁ ଅନ୍ଧାରରେ ବଢ଼ୁଛି ହାତୀ ଭୟ, ହନ୍ତସନ୍ତ ହେଉଛନ୍ତି ଲୋକେ

ବାରଙ୍ଗ : ରାଜଧାନୀ ଉପକଣ୍ଠ ପଥରଗାଡ଼ିଆ ଗ୍ରାମରେ ତିନି ଦିନ ହେଲା ଉପଦ୍ରବ କରୁଥିବା ଦନ୍ତା ହାତୀ ଆଜି ରାତିରେ ନନ୍ଦନକାନନରେ ପଶିଛି। ନନ୍ଦନକାନନ ହାତୀ ସଫାରି ନିକଟରେ ଥିବା ଖଣ୍ଡୁଆଳ ମନ୍ଦିର ପାଖରେ ତାର ଜାଲି ବାଡ଼ ଭାଙ୍ଗି ବଜ୍ରକାପ୍ତା ଏନକ୍ଲୋଜର ଆଡ଼କୁ ପଶି ଆସିଛି। ଚିଡ଼ିଆଖାନା କର୍ମଚାରୀ ହାତୀକୁ ଘଉଡ଼ାଇବା ପାଇଁ ବାଣ ଫୁଟାଇ ଉଦ୍ୟମ ଚଳାଇଛନ୍ତି। ହେଲେ ହାତୀଟି ନନ୍ଦନକାନନ ଭିତରୁ ବାହାରିବା ନାଁ ଧରୁନାହିଁ। ହାତୀକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ କର୍ମଚାରୀ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି।

ଅପରପକ୍ଷରେ ତିନିଦିନ ହେଲା ହାତୀଟି ପଥରଗାଡ଼ିଆ ଗ୍ରାମରେ ପାଚେରି ଭାଙ୍ଗି ବାଡ଼ିବଗିଚାରେ ପଶି କଦଳୀ ଓ ପନିପରିବା ନଷ୍ଟ କରିଛି। ବଡ଼ କଥା ହେଉଛି ରାତିରେ ଦନ୍ତାଟି ନିର୍ଭୟରେ ଗାଁ ଦାଣ୍ଡରେ ବୁଲୁଛି। ଫଳରେ ଲୋକେ ଭୟରେ ପଦାକୁ ବାହାରି ପାରୁନାହାନ୍ତି। ସଂଜ ବୁଡ଼ୁବୁଡ଼ୁ ଗାଁରେ ତାଟି ପଡ଼ିଯାଉଛି। ‌ଆଜି ସଂଧ୍ୟାରେ ପଥରଗାଡ଼ିଆ ଗଶେଶ ବିହାରରେ ଆଉ ଦୁଇଟି ମାଈ ହାତୀ ଆସି ପହଞ୍ଚି ଫସଲ ନଷ୍ଟ କରୁଛନ୍ତି। ହାତୀଙ୍କ ଯୋଗୁଁ ନିୟମିତ ବାହାରକୁ ପେଟପାଟଣା ପାଇଁ ଯାଉଥିବା ଲୋକେ ରାତିରେ ଘରକୁ ଫେରିପାରୁନାହାନ୍ତି। ଚନ୍ଦକା ବନ ବିଭାଗକୁ ଅଭିଯୋଗ କରାଯାଇଥିଲେ ସୁଦ୍ଧା ହାତୀକୁ ଘଉଡ଼ାଇବାକୁ କିଛି ପଦକ୍ଷେପ ନିଆଯାଇ ନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe