The Economic Times
ଭୁବନେଶ୍ୱର : ରାଜଧାନୀରେ ଉଚ୍ଚ ଅଟ୍ଟାଳିକା କୋଠା ନିର୍ମାଣ କଲେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ଏନ୍ଓସି ଆଣିବାକୁ ପଡ଼ୁଛି। କିନ୍ତୁ ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷ କ୍ଷେତ୍ର ପରିଦର୍ଶନ କରି ଏନ୍ଓସି ଦେବାରେ କେତେକ କ୍ଷେତ୍ରରେ ବିଳମ୍ବ କରୁଛନ୍ତି। ଏହିଭଳି ସମସ୍ୟା ଯୋଗୁଁ ବହୁ କ୍ଷେତ୍ରରେ ପ୍ଲାନ୍ ଅନୁମୋଦନରେ ବିଳମ୍ବ ହେଉଛି। ଏପରିକି ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ ପ୍ରଭାବିତ ହେଉଛି। ତେଣୁ ବିଡିଏ ପକ୍ଷରୁ ଏନେଇ ଦୁଇଟି ସର୍ଭେ ସଂସ୍ଥାକୁ ନିୟୋଜିତ କରାଯାଇଛି। ଯେଉଁମାନେ ବିଡିଏ କିମ୍ବା ବିଏମ୍ସିରେ ପ୍ଲାନ୍ ଆବେଦନ କରିବେ, ତାଙ୍କର ଯଦି କୋଠାର ଉଚ୍ଚତା ପାଇଁ କିମ୍ବା ଏଏଆଇ (ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ)ର କୌଣସି ନିୟମ ପାଇଁ ଏଏଆଇର ଏନ୍ଓସି ଦରକାର ପଡ଼ୁଥିବ, ତେବେ କ୍ୟାଡ୍ କନସଲଟିଂ ଇଞ୍ଜିନିୟର୍ସ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଆଇଡାକ୍ସ କନସଲଟିଂ ଆଣ୍ଡ ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥା ଏଥିରେ ସହଯୋଗ କରିବେ। ଏହି ଦୁଇଟି ସର୍ଭେ ସଂସ୍ଥା ଏଏଆଇର ନିୟମ ଅନୁଯାୟୀ କ୍ଷେତ୍ର ପରିଦର୍ଶନ କରି ସାଇଟ୍ ଏଲିଭେସନ୍ ସାର୍ଟିଫିକେଟ୍ ପ୍ରଦାନ କରିବେ। ଯାହାକୁ ଆବେଦନକାରୀ ଏଏଆଇ ନିକଟରେ ଦାଖଲ କରି ଏନ୍ଓସି ପାଇପାରିବେ। ଏହି ଦୁଇଟି ସଂସ୍ଥାର ସାର୍ଟିଫିକେଟ୍ ଥିଲେ ଏଏଆଇ ଏନ୍ଓସି ମିଳିବାରେ କୌଣସି ସମସ୍ୟା ରହିବନି ବୋଲି ବିଡିଏ ପକ୍ଷରୁ କୁହାଯାଇଛି।
Follow Us