Winter is coming to Nandankanan: ଶୀତ ଆଗମନେ ନନ୍ଦନକାନନ: ଜୀବଜନ୍ତୁ ଖୁଆଡ଼ରେ ପଡ଼ିଲା ନଡ଼ା, ଲାଗିଲା ବଲ୍‌ବ

ଶୀତରେ ଥରୁଛି ରାଜଧାନୀ।  ରାତି ତାପମାତ୍ରା ୧୫ ଡିଗ୍ରି ସେଲ୍‌ସିୟସ ତଳକୁ ଖସିଆସିଲାଣି। ଲୋକେ ବିଭିନ୍ନ ପ୍ରକାର ଶୀତବସ୍ତ୍ର ପରିଧାନ କରି, ନିଆଁ ପୁଇଁ  ନିଜକୁ ଗରମ ରଖୁଛନ୍ତି। ହେଲେ ନିରିହ ପଶୁପକ୍ଷୀମାନେ ସେମାନେ ଶୀତରେ ଥରୁଛନ୍ତି।

dgdadgdgadg

ବାରଙ୍ଗ: ଶୀତରେ ଥରୁଛି ରାଜଧାନୀ।  ରାତି ତାପମାତ୍ରା ୧୫ ଡିଗ୍ରି ସେଲ୍‌ସିୟସ ତଳକୁ ଖସିଆସିଲାଣି। ଲୋକେ ବିଭିନ୍ନ ପ୍ରକାର ଶୀତବସ୍ତ୍ର ପରିଧାନ କରି, ନିଆଁ ପୁଇଁ  ନିଜକୁ ଗରମ ରଖୁଛନ୍ତି। ହେଲେ ନିରିହ ପଶୁପକ୍ଷୀମାନେ ସେମାନେ ଶୀତରେ ଥରୁଛନ୍ତି। ତେବେ ଶୀତ ପ୍ରକୋପକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଜୀବଜନ୍ତୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି।  ସକାଳ ଓ ସନ୍ଧ୍ୟା ସମୟ ନନ୍ଦନକାନନର ବାଘ, ଭାଲୁ ଓ ସିଂହ ଚଳଚଞ୍ଚଳ ରହୁଥିବା ଦେଖିବାକୁ ମିଳୁଛି।

ପର୍ଯ୍ୟଟକମାନେ ବୁଲି ଦେଖିବା ଲାଗି ପାଗ ଅନକୂଳ ରହୁଥିବାରୁ ନନ୍ଦନକାନନରେ ପର୍ଯ୍ୟଟକ  ସଂଖ୍ୟା ମଧ୍ୟ ବଢୁଛି।  ଚିତ୍ରାଗେଣ୍ଡାଳିଆ, ବଗ ପ୍ରଭୁତି ଜଳଚର ପକ୍ଷୀମାନେ ଦିନ ୧୧ଟା ଯାଏ ଜଳାଶୟ ଉପରେ ଖରାରେ ଧାଡ଼ିବାନ୍ଧି ବସି ରହୁଛନ୍ତି।  ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଶୀତଦିନେ ସରିସୃପଙ୍କୁ ଅଧିକ ଥଣ୍ଡା ଲାଗିଥାଏ। ତେଣୁ ସେମାନେ ଏହି ସମୟରେ ଶୀତସ୍ତୁପ୍ତିରେ ରହିଥାନ୍ତି। ତେବେ ନନ୍ଦନକାନରେ ସାପ ଖୁଆଡ଼ରେ ନଡ଼ା ପକାଯାଇ ଉଷୁମ ରଖାଯାଉଛି। ନାଗ, ଅଜଗର ଆଦି ସାପ ଖୁଆଡ଼େ ବିଦ୍ୟୁତ୍‌ ବଲ୍‌ବ ଲଗାଯାଇଛି। ସେହିପରି କୁମ୍ଭୀର ଦିନ ୧୧ଟା ପର୍ଯ୍ୟନ୍ତ ପାଣିରୁ ବାହାରି ଆସି ବାଲିରେ ଶୋଉଛନ୍ତି। ସିମ୍ପାଜିମାନଙ୍କୁ କମ୍ବଳ ଯୋଗାଇ ଦିଆଯାଇଛି। ଶୀତ ଦାଉରୁ ରକ୍ଷା ଲାଗି ଜୀବଜନ୍ତୁଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଥିବା ପ୍ରାଣୀ ବିଭାଗ ଏସିଏଫ୍  ରୁଦ୍ର ପ୍ରସାଦ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe