ଦୃଢ଼ ଇଚ୍ଛା ଶକ୍ତି ଓ ନିଷ୍ଠା ରହିଲେ ପ୍ରତିକୂଳ ପରିସ୍ଥିତି ହାର୍‌ ମାନିଯାଏ

ଦୃଢ଼ ଇଚ୍ଛା ଶକ୍ତି ଓ ନିଷ୍ଠା ରହିଲେ ପ୍ରତିକୂଳ ପରିସ୍ଥିତି ବି ହାର୍‌ ମାନିଯାଏ। ସଫଳତା ସେହିମାନଙ୍କୁ ମିଳେ ଯେଉଁମାନେ ସର୍ବଦା ସକାରାତ୍ମକ ଦିଗ ଉପରେ ଧ୍ୟାନ ଦିଅନ୍ତି। ଅବସରପ୍ରାପ୍ତ....

Untitled-26

ଭୁବନେଶ୍ୱର: ଦୃଢ଼ ଇଚ୍ଛା ଶକ୍ତି ଓ ନିଷ୍ଠା ରହିଲେ ପ୍ରତିକୂଳ ପରିସ୍ଥିତି ବି ହାର୍‌ ମାନିଯାଏ। ସଫଳତା ସେହିମାନଙ୍କୁ ମିଳେ ଯେଉଁମାନେ ସର୍ବଦା ସକାରାତ୍ମକ ଦିଗ ଉପରେ ଧ୍ୟାନ ଦିଅନ୍ତି। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିଧି କୁମାର ରାଉତରାୟ ଏହାର ଜ୍ୱଳନ୍ତ ଉଦାହରଣ। ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ନିଧି କୁମାର ରାଉତରାୟଙ୍କ ଆତ୍ମଜୀବନୀ ‘ମୋ କର୍ମମୟ ଜୀବନ’ର ଲୋକାର୍ପଣ ଉତ୍ସବରେ ଯୋଗଦେଇ ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପୁସ୍ତକ ଏକ ବିଶ୍ୱାସଯୋଗ୍ୟ ଦସ୍ତାବିଜ୍‌ ବୋଲି କହିଥିଲେ। ଅବସର ପରେ କର୍ମମୟ ଜୀବନ ସରେ ନାହିଁ ବରଂ ନୂଆ ଜୀବନ ଆରମ୍ଭ ହୁଏ। ସମକାଳୀନ ଇତିହାସକୁ ଆମ ଉତ୍ତର ପିଢ଼ିଙ୍କ ନିକଟରେ ପହଞ୍ଚାଇବା ପାଇଁ ଆତ୍ମଜୀବନୀ ଲେଖାଯିବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। 

ଏଥିରେ ଶିକ୍ଷାବିତ୍‌ ପର୍ଶୁରାମ ରାୟସିଂହ ଅଧ୍ୟକ୍ଷତା କରି ଶ୍ରୀଯୁକ୍ତ ରାଉତରାୟଙ୍କ କର୍ମମୟ ଜୀବନର ନିଚ୍ଛକ ଛବି ଏଥିରେ ପ୍ରତିଫଳିତ ହୋଇଛି ବୋଲି କହିଥିଲେ। ଏଥିସହିତ ତାଙ୍କ ସହିତ ଥିବା ପୁରୁଣା ସ୍ମୃତି ବିଷୟରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ଦାଶ ବେନହୁର ଯୋଗଦେଇ ଜାତି ଓ ଜଣେ ବ୍ୟକ୍ତିଙ୍କୁ ଚିହ୍ନିବା ପାଇଁ ଆତ୍ମଜୀବନୀ ପଢ଼ିବା ଆବଶ୍ୟକ ବୋଲି କହିଥିଲେ।  କୃଷକ ଓ ଦାଦନ ଶ୍ରମିକରୁ ସ୍ୱତନ୍ତ୍ର ଶାସନ ସଚିବ ହେବାର ତାଙ୍କର ଏହି ଯାତ୍ରା  ଆତ୍ମଜୀବନୀ ପୁସ୍ତକ ‘ମୋ କର୍ମମୟ ଜୀବନ’ ତାଙ୍କ ସଂଘର୍ଷକୁ ବଖାଣୁଛି ଓ  ଏହି ପୁସ୍ତକ ବିଦ୍ୟାଳୟକୁ ଯିବା ଉଚିତ ବୋଲି ସେ  କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଲେଖକ ତଥା ସମାଜସେବୀ ସ୍ୱରାଜ ମିଶ୍ର ଯୋଗଦେଇ ପ୍ରତିକୂଳ ପରିସ୍ଥିତି ଯୋଗୁ ପାଠପଢ଼ା ଛାଡ଼ି ଦେଉଥିବା ପିଲାମାନଙ୍କ ପାଇଁ ଏହା ଏକ ଅମୂଲ୍ୟ ଗ୍ରନ୍ଥ ବୋଲି କହିଥିଲେ। ଜୀବନରେ ସଫଳ ହେବା ପାଇଁ ସଂଘର୍ଷ ଜାରି ରଖିବା ଉଚିତ,  ତାହା ଏଥିରେ ପ୍ରତିପାଦିତ ହୋଇଛି ବୋଲି କହିଥିଲେ। କୃଷ୍ଣ ନାୟକ ପୁସ୍ତକର ସମୀକ୍ଷା କରି ଏହି ପୁସ୍ତକ ଶ୍ରୀ ରାଉତରାୟଙ୍କ କୃତଜ୍ଞତାର ପରିଭାଷା ବୋଲି କହିଥିଲେ। ଶିକ୍ଷାବିତ୍ ଚିତ୍ତରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଶ୍ରୀ ରାଉତରାୟ କେବେ ନିଜ ନୀତି ଓ ଆଦର୍ଶ ସହ ସାଲିସ କରିନାହାନ୍ତି ବୋଲି କହିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦ୍ୱୀପନିତା ଦାସ ଗଣେଶ ବନ୍ଦନା ଗାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe