ବିନା ରକ୍ତପାତରେ ଗାନ୍ଧୀଜୀ ଭାରତକୁ ସ୍ବାଧୀନ କରିଥିଲେ: ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆଲୋଚନାଚକ୍ର

ବିନା ରକ୍ତପାତରେ ଗାନ୍ଧୀଜୀ ଭାରତକୁ ସ୍ବାଧୀନ କରିଥିଲେ: ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆଲୋଚନାଚକ୍ର

ଭୁବନେଶ୍ବର,: ସତ୍ୟ ଓ ଅହିଂସାର ପୂଜାରୀ, ଶାନ୍ତିର ଦେବଦୂତ ମହାତ୍ମା ଗାନ୍ଧୀ ବିନା ଯୁଦ୍ଧରେ, ବିନା ରକ୍ତପାତରେ ଭାରତକୁ ସ୍ବାଧୀନ କରିଥିଲେ। ତେଣୁ ଆଜିର ଯୁବପିଢ଼ି ଯଦି ନିଃସ୍ବାର୍ଥପର ଓ ସତ୍ୟନିଷ୍ଠ ଭାବରେ ମନ ପ୍ରାଣ ଦେଇ ସମାଜ ପାଇଁ କାର୍ଯ୍ୟ କରିବେ, ଏକ ସୁନ୍ଦର ଭାରତବର୍ଷ ଗଢ଼ିବାକୁ ବେଶି ଦିନ ଲାଗିବନି। ଆଜାଦି କା ଅମୃତ ମହୋତ୍ସବ ଓ ଗାନ୍ଧୀଙ୍କର ଓଡ଼ିଶା ଆଗମନର ୧୦୦ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ‘ହେଲ୍ପମେଟ୍’ ପକ୍ଷରୁ ଆୟୋଜିତ ‘ଅହିଂସା ସଫଳତାର ଚାବିକାଠି’ ବିଷୟବସ୍ତୁ ଉପରେ ଆଲୋଚନା କରି ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି।

ଏହା ସହ ‘ଗାନ୍ଧୀ ଓ ଓଡ଼ିଶା’ ଶୀର୍ଷକ ଏକ ପ୍ରଦର୍ଶନୀ କରାଯାଇଥିବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଜାତୀୟସ୍ତରରେ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ଗାନ୍ଧୀ କୁଇଜ୍‌, ଗାନ୍ଧୀ ଭଜନ, ଦେଶାତ୍ମବୋଧ ସଂଗୀତ, ବକ୍ତୃତା, ଚିତ୍ରାଙ୍କନ, ଖଦି ଫେସନ୍ ସୋ, ଭଗବତ୍ ଗୀତାକୁ ନେଇ ପ୍ରତିଯୋଗିତା କରାଯାଇଥିଲା। ସମାଜସେବୀ ତଥା ଶିକ୍ଷାବିତ୍ ମମତା ପ୍ରଧାନଙ୍କୁ ‘ଶାନ୍ତିସୁଧା’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସମ୍ମାନ ବାବଦକୁ ନଗଦ ୫ ହଜାର ଟଙ୍କା ଓ ଫଳକ ପ୍ରଦାନ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ସଂଗୀତ ବିଶାରଦ ମହାପ୍ରସାଦ କର, ଅନିନ୍ଦିତା ଦାସ, ଛନ୍ଦା ମିଶ୍ର, ନିର୍ମଳା ସୁବୁଦ୍ଧି, ଶିକ୍ଷାବିତ୍ ଲକ୍ଷ୍ମଣ ପଣ୍ଡା, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଦେବାଶିଷ ମହାପାତ୍ର, ରଶ୍ମି ଦାସ, ମୋନିକା ମହାପାତ୍ର, ମିନତି ବେହେରା, ସଂଧ୍ୟାରାଣୀ ପୃଷ୍ଟି, ସୁଚରିତା ମହାନ୍ତି, ଦୀପ୍ତି ପଟ୍ଟନାୟକ, ରେଣୁବାଳା ଦଳାଇ, ସୁକାନ୍ତି ତ୍ରିପାଠୀ, ନାରାୟଣ ମହାପାତ୍ର, ଶୁଚିସ୍ମିତା ପୃଷ୍ଟି, ଗୌତମ ମହାନ୍ତି, ଚଳଚ୍ଚିତ୍ର ଅଭିନେତା ମହାପ୍ରସାଦ କରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, କେନ୍ଦ୍ର ସରକାରଙ୍କ ପୂର୍ବତନ ଶିକ୍ଷା ସଚିବ ଅରୁଣ କୁମାର ରଥ, ଆୟକର ବିଭାଗ ମୁଖ୍ୟ ଆୟୁକ୍ତ ମନୋରଂଜନ ପାଣିଗ୍ରାହୀ ଓ ଅବସରପ୍ରାପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ହେଲ୍ପମେଟ୍‌ର ସଂପାଦିକା ନିବେଦିତା ଭଞ୍ଜ ସଭାପତିତ୍ବ କରିଥିବା ବେଳେ ସଭାପତି ଅଞ୍ଜଳି ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe