ସାହିତ୍ୟ ବିନା ସମାଜର ପରିବର୍ତ୍ତନ ସମ୍ଭବ ନୁହେଁ

‘ଶୀତ ଆସର -୨୦୧୮’ ସାହିତ୍ୟ ସାଂସ୍କୃତିକ ସମ୍ପର୍କକୁ ସଶକ୍ତ କରିପାରିଛି

ଭୁବନେଶ୍ୱର: ରେନ୍‌ନସା ୟୁନିଭର୍ସାଲ ପକ୍ଷରୁ ‘ସାମାଜିକ ଜୀବନ ଓ ସାହିତ୍ୟ’ ଆଲୋଚନାଚକ୍ର ସହିଦନଗର ଏମ୍ପାୟାର ହୋଟେଲରେ ଅନୁଷ୍ଠିତ ହୋଇଛି। ପ୍ରଫେସର୍‌ ଅମୂଲ୍ୟ ପଣ୍ଡାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ କୃଷ୍ଣକେଶବ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ସେ କହିଥିଲେ ଯେ ସାହିତ୍ୟ ବିନା ସମାଜର ପରିବର୍ତ୍ତନ ସମ୍ଭବ ନୁହେଁ। ରାଷ୍ଟ୍ରର ହିତ ଓ ସାମାଜିକ ଶୃଙ୍ଖଳତା ହିଁ ସାହିତ୍ୟର ମୂଳ ସାଧନ। ଏହି ଅବସରରେ ମଧୁସୂଦନ ରାଓ ଓ ଗଙ୍ଗାଧର ମେହେରଙ୍କ ସାହିତ୍ୟକୃତି ଉପରେ ଆଲୋପାତ କରିଥିଲେ। କାର୍ଯ୍ୟକ୍ରମରେ ୫୦ରୁ ଅଧିକ ବୁଦ୍ଧିଜୀବୀ, ସାହିତ୍ୟିକ ଓ ସମାଜସେବୀ ଯୋଗ ଦେଇଥିଲେ। ଶେଷରେ ନିତାଇ ଗୌରବ ଧଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe