ମହିଳାଙ୍କୁ ଅସଦାଚରଣ, ଯୁବକ ଗିରଫ

Advertisment
ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ଭୁବନେଶ୍ବର : ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ଖଣ୍ଡଗିରି ଅଞ୍ଚଳର ସେକ୍‌ ଅବ୍‌ଦୁଲ ମୁସ୍ତାଫା। ପୁଲିସ ସୂଚନା ମୁତାବକ, ଗତ ୭ ତାରିଖ ସନ୍ଧ୍ୟା ସମୟରେ କସ୍‌ମୋପଲ୍ଲି ଆପାର୍ଟମେଣ୍ଟ ଅଞ୍ଚଳର ଜଣେ ମହିଳା ଖଣ୍ଡଗିରିରୁ ସପିଂ କରି ଘରକୁ ଫେରୁଥିଲେ। ଏହି ସମୟରେ ତାଙ୍କୁ ପିଛା କରୁଥିବା ଅବ୍‌ଦୁଲ ଅପାର୍ଟମେଣ୍ଟ ନିକଟରେ ତାଙ୍କୁ ଟଣାଓଟରା କରିବା ସହ ମାର୍‌ପିଟ୍‌ କରିଥିଲା। ଏନେଇ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe