ସୁନା ଚେନ ଲୁଟେରା ଆକ୍ରମଣ କରିଥିବା ମହିଳାଙ୍କ ଆଇସିୟୁରେ ମୃତ୍ୟୁ, ହତ୍ୟା ମାମଲା ରୁଜୁ

ସୁନା ଚେନ ଲୁଟେରା ଆକ୍ରମଣ କରିଥିବା ମହିଳାଙ୍କର ଆଇସିୟୁରେ ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ପୁଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ କରାଯାଇଛି। ଭୁବନେଶ୍ୱରରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିବା ସମୟରେ ହଠାତ୍ କଳା ପଲସରରେ ଦୁଇ ଜଣ ଦୁର୍ବୃତ୍ତ ସୁନା ଚେନ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ...

ଅଦ୍ୟତନ ହୋଇଛି
00

ଭୁବନେଶ୍ବର: ସୁନା ଚେନ ଲୁଟେରା ଆକ୍ରମଣ କରିଥିବା ମହିଳାଙ୍କର ଆଇସିୟୁରେ ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ପୁଲିସ ପକ୍ଷରୁ ହତ୍ୟା ମାମଲା ରୁଜୁ କରାଯାଇଛି। 

ଗତ ସୋମବାର ଏକ ଦମ୍ପତି ଭୁବନେଶ୍ୱରରୁ ହରିରାଜପୁର ସୋମନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିଲେ। ହଠାତ୍ କଳା ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ସୁନା ଚେନ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ। ମୋଟା ଚେନ ଥିବାରୁ ଚେନ ଛିଣ୍ଡି ନ ଥିଲା।

ସେମାନେ ଚେନ ନେଇପାରି ନ ଥିଲେ। ସ୍ବାମୀ ବାଇକ ଚଲାଉଥିବାବେଳେ ସ୍ତ୍ରୀ ୟୁ.ବିଷ୍ଣୁ ପାତ୍ର ପଛରେ ବସିଥିଲେ।ଲୁଟ ନ କରିପାରି ପୁନର୍ବାର ଲୁଟ ପାଇଁ ଲଟେରା ଗୋଡ଼ାଇ ଆକ୍ରମଣ କରିଥିଲେ।

ଅଧିକ ପଢ଼ନ୍ତୁ: ପୁଲିସ-ସେନା ଅଫିସର ମାମଲା, ନିଲମ୍ବିତ ୫ ପୁଲିସଙ୍କ ସମେତ ସମସ୍ତଙ୍କୁ ହାଜର ହେବାକୁ ନୋଟିସ୍ ଜାରି

ଲୁଟରୁ ସୁନା ଚେନ ସିନା ବଞ୍ଚିଗଲା ହେଲେ ଆକ୍ରମଣ ଯୋଗୁ ବିଷ୍ଣୁ ମୁଣ୍ଡରେ ଆଘାତ ପାଇଥିଲେ।  ୩ ଦିନ ଧରି ଜୀବନ ସହିତ ସଂଗ୍ରାମ ପରେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ: ପଦୋନ୍ନତି ନିୟମ ବଦଳିଲା: ୭ବର୍ଷ ପରେ ଏସ୍‌ଆଇରୁ ଇନ୍ସପେକ୍ଟର ହୋଇପାରିବେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe