ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଉଠାଇନେଲା ପୁଲିସ

Advertisment
ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଉଠାଇନେଲା ପୁଲିସ

ପୁରୁଣା ଭୁବନେଶ୍ୱର : ଆତ୍ମହତ୍ୟା ଉଦ୍ୟମ କରିବାକୁ ନବୀନ ନିବାସ ଫାଟକ ଆଡ଼କୁ ଯାଉଥିବା ଜଣେ ମହିଳାଙ୍କୁ ପୁଲିସ ଉଠାଇନେଇଛି। ମହିଳାଜଣକ ହେଲେ ଭଦ୍ରକର ମନୋରମା ବାରିକ। ତାଙ୍କୁ ସୁରକ୍ଷାକର୍ମୀ ହେପାଜତକୁ ନେଇ ଏୟାରପୋର୍ଟ ଥାନା ଜିମା ଦେଇଥିଲେ। ପୁଲିସ ତାଙ୍କୁ ବୁଝାଶୁଝା କରି ଘରକୁ ପଠାଇଛି।

ମିଳିଥିବା ସୂଚନା ଅନୁସାରେ, ମନୋରମାଙ୍କର ଛାଡ଼ପତ୍ର ହୋଇଥିଲେ ମଧ୍ୟ ସ୍ବାମୀଙ୍କ ପକ୍ଷରୁ କୌଣସି ଭରଣ ପୋଷଣ ମିଳୁନାହିଁ। ଏନେଇ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବି କିଛି ସୁଫଳ ମିଳିନଥିଲା। ଶେଷରେ ନିରାଶ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇ ସେ ନବୀନ ନିବାସ ଆସିଥିବା ପୁଲିସକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe