ଭୁବନେଶ୍ୱର: ଭୁବନେଶ୍ୱର ଏଜି ଛକ ସନ୍ନିକଟ ଜୟଦେବ ଭବନ ସମ୍ମୁଖରେ ଜନୈକ ମହିଳା ନିଜ ପୁଅ ହତ୍ୟା ମାମଲା ପୁଲିସ ଚାପି ଦେବା ପ୍ରତିବାଦରେ ସେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥଲେ। ତେବେ ଉପସ୍ଥିତ ପୁଲିସ କାବୁ କରି ନିଜ ହେପାଜତକୁ ନେଇଥିବା ସୂଚନା ମିଳିଛି। ମହିଳା ଜଣକ ଜଗତସିଂହପୁର କୁଜଙ୍ଗ ଅଞ୍ଚଳର ଜ୍ୟୋତ୍ସ୍ନା ସାହୁ ବୋଲି ଜଣାପଡ଼ିଛି।
ପୁଲିସ ମା ପୁଅଙ୍କ ଗିରଫ କରିଛି। ମହିଳା ଜଣକ ପୂର୍ବରୁ ମଧ୍ୟ ଆତ୍ମାହୁତି ଉଦ୍ୟମ କରିଥିଲେ। ଜଣେ ନେତାଙ୍କ ଚାପରେ ପୁଲିସ ଅବହେଳା କରୁଥିବା ସେ ଅଭିଯୋଗ କରିଛନ୍ତି। ପୁଲିସ ପେଟ୍ରୋଲ ବି ଜବତ କରିଛି।
Follow Us