ଯାଁଳା ଓଗା‌ଳପଡ଼ା ଟାଙ୍ଗିସାହିରେ ରୋଷେଇ ବେଳେ ଜଳିଗଲେ ମହିଳା

Advertisment
ପାରିବାରିକ କଳହରୁ ବର୍ବରତା : କିରାସିନି ଢାଳି ନିଆଁ ଲଗାଇଲା

India Today

ଖଣ୍ଡଗିରି : ଅଗଣାରେ ରୋଷେଇ କଲା ବେଳେ ଚୁଲି ନିଆଁରେ ପୋଡ଼ି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ, ଯାଁଳା ଓଗା‌ଳପଡ଼ା ଟାଙ୍ଗିସାହିର ମଙ୍ଗୁଳି ବେହେରାଙ୍କ ସ୍ତ୍ରୀ ମାଳତି(୫୫)। ଶନିବାର ପୂର୍ବାହ୍ନରେ ଘଟିଥିବା ଏହି ଅଘଟଣ ପରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ରବିବାର ଭୋର୍ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମାଳତି ଅଗଣା ଚୁଲିରେ ରୋଷେଇ କରୁଥିଲେ। ଚୁଲି ନିକଟରେ ଜମା ହୋଇଥିବା ଅଳିଆକୁଟାରେ ନିଆଁ ଲାଗି ତାଙ୍କ ଶାଢ଼ିରେ ଲାଗି ଯାଇଥିଲା। ତାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେ ଗୁରୁତର ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe