ଫେରାର୍ ଥିବା ମହିଳା କାର୍ ଚାଳକ ଗିରଫ

କଷ୍ଟମ୍ସ ଅଧିକାରୀ ପରିଚୟ ଦେଇ ଠକୁଥିବା ମହିଳା ଗିରଫ

photo-depositphotos

ଭୁବନେଶ୍ବର : ଦୁର୍ଘଟଣା ପରେ ଘଟଣାସ୍ଥଳରୁ କାର୍‌ ସହ ଫେରାର୍ ହୋଇଯାଇଥିବା ମହିଳା କାର୍‌ ଚାଳକଙ୍କୁ ୨ ଦିନ ପରେ ଠାବ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ସେ ହେଲେ ବିଶାଖା ପାଣି। ତାଙ୍କୁ ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଛି। ଗତ ୨୧ ତାରିଖ ମଧ୍ୟାହ୍ନରେ ବିଶାଖା କାର୍‌ ଚଳାଇ ଯାଉଥିବା ବେଳେ ଶୈଳଶ୍ରୀବିହାର ଛକରେ ଜଣେ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲେ। ଫଳରେ ବାଇକ୍‌ ଆରୋହୀ କୈଳାସ ବିଶ୍ବାଳ ଗୁରୁତର ହୋଇଥିଲେ ଓ ପରେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଦୁର୍ଘଟଣା ପରେ ବିଶାଖା କାର୍‌ ନେଇ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe