ମହିଳାଙ୍କ ଝୁଲନ୍ତା ଶବ ଜବତ, ହତ୍ୟା ସନ୍ଦେହ

Advertisment
ମହିଳାଙ୍କ ଝୁଲନ୍ତା ଶବ ଜବତ, ହତ୍ୟା ସନ୍ଦେହ

ଭୁବନେଶ୍ବର : ସାଲିଆସାହି ଜନତା ନଗରରେ ରହୁଥିବା ଜଣେ ମହିଳାଙ୍କ ଆଜି ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମହିଳାଜଣଙ୍କ ହେଲେ, ଯଶୋମତୀ ବେହେରା(୪୦)। ଘର ଜଗତସିଂହପୁର ଜିଲ୍ଲାରେ। ପୁଲିସ ଶବକୁ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ୍‌ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସୂଚନା ମୁତାବକ, ୨୦ବର୍ଷ ତଳେ ଯଶୋମତୀ ନୟାଗଡ଼ ଜିଲ୍ଲାର ତ୍ରିନାଥ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ସାଲିଆସାହିରେ ରହି ସେଠାରେ ଏକ ସ୍କୁଲ ଆରମ୍ଭ କରିଥିଲେ। ତେବେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ମଝିରେ ମଝିରେ ପାଟିତୁଣ୍ଡ ହେଉଥିଲା। ସୋମବାର ସକାଳୁ ତ୍ରିନାଥ ପିଲାଙ୍କୁ ସ୍କୁଲ୍‌ରେ ଛାଡ଼ି ଘରକୁ ଫେରିଥିଲେ। ସେ ଘର କବାଟ ଖୋଲିବା ପାଇଁ ଯଶୋମତୀଙ୍କୁ ଡାକିଥିଲେ ହେଁ କିଛି ଜବାବ ମିଳିନଥିଲା। ସନ୍ଦେହ ହେବାରୁ ତ୍ରିନାଥ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେଠାରେ ଯଶୋମତୀ ଲୁହା ବିମ୍‌ରେ ଝୁଲି ରହିଥିବା ଦେଖିବା‌ ପରେ ସେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋ‌ଷଣା କରିଥିଲେ। ନୂଆପଲ୍ଲୀ ଥାନା ପୁଲିସ ସେଠାରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ଯଶୋମତୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରାଯାଉଛି, ପୁଲିସ ସେ ନେଇ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe