ଟିପର୍ ଧକ୍କାରେ ମହିଳା ମୃତ, ୨ ଗୁରୁତର

Advertisment
ଟାଙ୍ଗିଆ ବେଣ୍ଟ ମାଡ଼ରେ ପତ୍ନୀ ମୃତ, ସ୍ୱାମୀ ଅଟକ

ଭୁବନେଶ୍ବର : ରବିବାର ରାତି ପ୍ରାୟ ୭ଟା ବେଳେ ୧୬ନଂ ଜାତୀୟ ରାଜପଥ ଗଙ୍ଗପଡ଼ା ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ସଦରସ୍ଥିତ ଡାଳତୋଳା ଗ୍ରାମର ସତ୍ୟଭାମା ବାରିକ(୫୧)। ଏକ ସ୍କୁଟିକୁ ପଛରୁ ଦ୍ରୁତଗାମୀ ଟିପର୍‌ ଧକ୍କା ଦେବାରୁ ଘଟିଥିବା ଏହି ଦୁର୍ଘଟଣାରେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି।

ସୂଚନାନୁସାରେ ବିଦ୍ୟାଧର ବା‌ରିକ ଏକ ସ୍କୁଟି ଯୋଗେ ରୂପାଲି ଓ ସତ୍ୟଭାମାଙ୍କୁ ନେଇ ଭୁବନେଶ୍ବରରୁ ଖୋର୍ଦ୍ଧା ଫେରୁଥିଲେ। ସେମାନେ ଗଙ୍ଗପଡ଼ା ଛକରେ ପହଞ୍ଚିଥିବା ବେଳେ ପଛରୁ ଦ୍ରୁତଗାମୀ ଟିପର୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ସେମାନେ ସ୍କୁଟିରୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ସତ୍ୟଭାମାଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିଲେ। ଦୁର୍ଘଟଣା ଘଟାଇବା ପରେ ଟିପର୍‌ ସେଠାରୁ ଫେରାର୍ ହୋଇଯାଇଥିଲା। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ତୁରନ୍ତ ଭୁବନେଶ୍ବର ଏମ୍‌ସକୁ ପଠାଇଥିଲା। ସେହିଭଳି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିଲା। ଦୁର୍ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଟିପର୍‌ ପୁଲିସ ଠାବ କରିବାକୁ ଉଦ୍ୟମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe