ରାଜଧାନୀରେ ଚାଞ୍ଚଲ୍ୟ: ଦୁଇ ପିଲାଙ୍କୁ ଅନ୍ୟତ୍ର ପଠାଇବା ପରେ ନିଜ ଘରେ ଜୀବନ ହାରିଲେ ମହିଳା

Advertisment
୧୮ ଲକ୍ଷ ଠକେଇ ଅଭିଯୋଗରେ ଠିକାଦାର ଗିରଫ

Kalinga Tv

ଭୁବନେଶ୍ୱର: ରାଜଧାନୀର କଟକ ରୋଡ୍ ଚିନ୍ତାମଣିଶ୍ୱର ଜେନା କଲୋନିରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମହିଳାଜଣକ ବେକରେ ଶାଢ଼ି ଲଗାଇ ମହିଳା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ଚିନ୍ତାମଣିଶ୍ୱର ଜେନା କଲୋନିର ଜେ.କେ ମିଲନ୍ ନାମକ ଜଣେ ମହିଳା ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ମହିଳାଙ୍କ ବୟସ ପାଖାପାଖି ୪୦ ବର୍ଷ ବୋଲି କୁହାଯାଉଛି। ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କର ଦୁଇ ପିଲାଙ୍କୁ ସେ ଅନ୍ୟତ୍ର ପଠାଇ ଦେଇଥିଲେ ବୋଲି ଜଣାଯାଇଛି ।
ଆତ୍ମହତ୍ୟା କରିବା ସମୟରେ ମିଲନଙ୍କ ସ୍ୱାମୀ ମଧ୍ୟ ଘରେ ନଥିଲେ। ପରେ ସ୍ବାମୀ ଏକଥା ଜାଣିପାରି ପୁଲିସକୁ ଖବର ଦେଇଥିଲେ। ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ କବାଟ ଭାଙ୍ଗି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୁଲିସ ଅନୁମାନ କରୁଛି। ତେବେ କେଉଁ କାରଣରୁ ମହିଳା ଜଣକ ଏପରି ଚରମ ନିଷ୍ପତ୍ତି ନେଲେ, ତାର ତଦନ୍ତ କରୁଛି ପୁଲିସ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe