ଭୁବନେଶ୍ବର : ରବିବାର ସନ୍ଧ୍ୟାରେ ଶ୍ୟାମପୁର ପଣ୍ଡାକୁଦିଆରେ ସମାନଧରଣର ଆଉ ଏକ ଅଘଟଣ ଘଟିଛି। ଡ୍ୟୁଟି ସାରି ଘରକୁ ଫେରୁଥିବା ଜଣେ ମହିଳା ଡ୍ରେନ୍ ପାଣିରେ ଭାସି ଯାଇଥିଲେ। ତେବେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିବାରୁ ସେ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମହିଳାଜଣଙ୍କ ହେଲେ, ପଣ୍ଡାକୁଦିଆ ଜଗନ୍ନାଥ ସାହିର ସ୍ବର୍ଣ୍ଣଲତା ଦିଗାଲ। ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ କାମ ସାରି ସେ ସ୍କୁଟିରେ ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ବର୍ଷାରେ ଚାରିଆଡ଼ ଜଳମଗ୍ନ ହୋଇଯାଇଥିବାରୁ ସେ ରାସ୍ତା ଦେଖି ନପାରି ଡ୍ରେନ୍କୁ ଗାଡ଼ି ଗଡ଼ାଇ ଦେଇଥିଲେ। ତେବେ ଡ୍ରେନ୍ ସୁଅରେ ସେ ଭାସି ଯାଉଥିବା ବେଳେ ତାଙ୍କ ଚିତ୍କାର ଶୁଣି ପାଖରେ ଥିବା କିଛି ଯୁବକ ତାଙ୍କୁ ଭିଡ଼ି ଆଣିଥିଲେ। ଆଜିର ଏହି ଅଘଟଣ ପାଇଁ ସ୍ଥାନୀୟ ଲୋକେ ବିଏମ୍ସିକୁ ଦୋଷ ଦେଇଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଡ୍ରେନ୍ ସମସ୍ୟାର ସମାଧାନ ହେଉନଥିବାରୁ ଆଜି ଏପରି ଏକ ଅଘଟଣ ଘଟିଲା ବୋଲି ଅଭିଯୋଗ କରିଛନ୍ତି।
ପଣ୍ଡାକୁଦିଆରେ ଭାସିଗଲେ ମହିଳା, ମରଣମୁହଁରୁ ଟାଣି ଆଣିଲେ ଯୁବକ
Advertisment
Follow Us