ପଟିଆ ଷ୍ଟେସନ୍‌ରେ ଲୋମଟାଙ୍କୁରା ଅଘଟଣ : ଶିଶୁକନ୍ୟା ପାଇଁ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ମହିଳା

Advertisment

ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି

ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି

ଚଳନ୍ତା ଟ୍ରେନ୍‌ରୁ ମହିଳା ଖସି ପଡ଼ିବା ଘଟଣା : ଷ୍ଟେସନ୍‌ରେ ଟ୍ରେନ୍‌ ଗତି କମୁଛି କାହିଁକି?

ଚନ୍ଦ୍ରଶେଖରପୁର : ବେଳେବେଳେ ଦୁର୍ଭାଗ୍ୟ ଏମିତି ଆସେ। ନିଜର ଅନ୍ୟମନସ୍କତା ଓ ସାମାନ୍ୟ ଭୁଲ୍ ପାଇଁ ବଡ଼ ମୂଲ୍ୟ ଦେବାକୁ ପଡ଼େ। ଶନିବାର ଭୁବନେଶ୍ବର ନିକଟସ୍ଥ ପଟିଆ ଷ୍ଟେସନ୍‌ରେ ଏମିତି ଏକ ଲୋମଟାଙ୍କୁରା ଅଘଟଣ ଘଟିଛି। ଟିକିଏ ଭୁଲ ପାଇଁ ଜଣେ ମହିଳାଙ୍କୁ ବଡ଼ ମୂଲ୍ୟ ଦେବାକୁ ପଡ଼ିଛି। ଟ୍ରେନ୍‌ରେ ଚଢ଼ିଲାବେଳେ ନିଜର ୪ ବର୍ଷର ଶିଶୁକନ୍ୟାକୁ ତଳେ ଛାଡ଼ି ଦେଇଥିବାରୁ ପରେ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ି ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହତ ମହିଳା ଜଣକ ହେଲେ ପଟିଆ ନିକଟ ପଦ୍ମାବତୀ ଭିଲ୍ଲାର ଅନୂସୟା ମହାରଣା। ଶନିବାର ପୂର୍ବାହ୍ନ ପ୍ରା‌ୟ ୧୧ଟାବେଳେ ସେ କଟକ ଯିବା ଲାଗି ପୁରୀ-କଟକ ସଟଲ୍‌ ଟ୍ରେନ୍‌କୁ ପଟିଆ ଷ୍ଟେସନରେ ଅପେକ୍ଷା କରିଥିଲେ। ଟ୍ରେନ୍ ଷ୍ଟେସନ୍‌ରେ ପହଞ୍ଚିବା ପରେ ଅନୂସୟା ପ୍ରଥମେ ତାଙ୍କ ଲଗେଜ୍ ବ୍ୟାଗ୍‌ଟିକୁ ଟ୍ରେନ୍‌ରେ ରଖି ନିଜେ ଚଢ଼ିଯାଇଥିଲେ। ମାତ୍ର ଶିଶୁକନ୍ୟାକୁ ଟ୍ରେନ୍‌କୁ ଉଠିବାକୁ ଭୁଲି ଯାଇଥିଲେ। ଏତିକିବେଳେ ଟ୍ରେନ୍ ଚାଲିବା ଦେଖି ତଳେ ଛିଡ଼ା ହୋଇଥିବା ଝିଅଟି କାନ୍ଦିବା ଆରମ୍ଭ କରିଥିଲା। ମହଳା ଜଣକ ନିଜ ଭୁଲ୍ ବୁଝିପାରି ବିଚଳିତ ହୋଇ ଯାଇଥିଲେ ଏବଂ କ’ଣ କରିବେ କିଛି ବୁଝିପାରି ନ ଥିଲେ। ସମ୍ଭବତଃ ତାଙ୍କ ମୁଣ୍ଡ କାମ କରି ନ ଥିଲା। ସେ ତତକ୍ଷଣାତ୍ ଚଳନ୍ତା ଟ୍ରେନ୍‌ରୁ ‌ବ୍ୟାଗ୍ ଧରି ତଳକୁ ଡେଇଁ ପଡ଼ିଥିଲେ। ଫଳରେ ପ୍ଲାଟଫର୍ମରେ କିଛିବାଟ ଘୋଷାଡ଼ି ଯାଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ପ୍ରଥମେ ଏକ ଅଟୋରେ ଆହତ ମହିଳାଙ୍କୁ ପଟିଆ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌କୁ ନେଇଯାଇଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ‌ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe