ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା: ସ୍ବାମୀ ଓ ଶ୍ବଶୁର ଗିରଫ

Advertisment
ଦୁଷ୍କର୍ମ ପରେ ମହିଳାଙ୍କୁ ଫିଙ୍ଗିଦେବା ଘଟଣା: ଜଣେ ଅଟକ

ଧଉଳି: ଧଉଳି ଥାନା ସରଦେଇପୁର ଗ୍ରାମର ଫଗୁନାଥ ସାହୁଙ୍କ ପତ୍ନୀ ଚଞ୍ଚଳା ସାହୁ (୨୪)ଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି। ଯୌତୁକ ନିର୍ଯାତନା ଦେଇ ଆସୁଥିବା ଚଞ୍ଚଳାଙ୍କ ସ୍ବାମୀ ଓ ତାଙ୍କ ପରିବାର ଲୋକ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଚଞ୍ଚଳାଙ୍କ ମା’ ସୁକାନ୍ତି ସାହୁ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ସେମାନଙ୍କ ବିରୋଧରେ କେସ୍ ନଂ- ୧୮୩/୨୦ ରେ ଯୌତୁକ ନିରୋଧ ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି ଏବଂ ସ୍ବାମୀ ଫଗୁନାଥ ଓ ତାଙ୍କ ବାପା ଶଙ୍କରଙ୍କୁ ଗିରଫ କରି ପଚରାଉଚରା ଚଳାଇଛି। ଆସନ୍ତାକାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ।

ସୂଚନାନୁସାରେ, ଫଗୁନାଥ ୨ବର୍ଷ ତଳେ ଖୋର୍ଦ୍ଧା ବାଜପୁର ଗାଁର ଚଞ୍ଚଳାଙ୍କୁ ବିବାହ କରିଥିଲେ। ସେମାନଙ୍କର ୧୦ମାସର ପୁଅଟିଏ ଅଛି। ଶାଶୂଘର ଲୋକମାନେ ଅଧିକ ଯୌତୁକ ଦାବି କରି ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଗତକାଲି ଚଞ୍ଚଳା ଫ୍ୟାନ୍‌ରେ ଝୁଲି ପଡ଼ିଥିବା ବେଳେ ପରିବାରଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ସ୍ବାମୀ ଫଗୁନାଥଙ୍କ ଏହି କଥାକୁ ଚଞ୍ଚଳାଙ୍କ ବାପଘର ଲୋକେ ଗ୍ରହଣ କରିନାହାନ୍ତି। ପୂର୍ବରୁ ଯୌତୁକ ନିର୍ଯାତନା ଦେଉଥିବାରୁ ସେମାନେ ହତ୍ୟା କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe