ମହିଳା ଲୁଟେରା ଗିରଫ

Advertisment
ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

ଭୁବନେଶ୍ବର : ଭିକ ମାଗୁଥିବା ବନଜାରା ବେଶରେ ଘରେ ପଶି ଲୁଟପାଟ୍ କରୁଥିବା ଅଭିଯୋଗରେ ଆଜି ନୂଆପଲ୍ଲୀ ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ହେଲା ଭୁବନେଶ୍ବର ରେଳଷ୍ଟେସନ୍ ନିକଟରେ ରହୁଥିବା କଣ୍ଢେଇ ଜେନା। ପୁଲିସ ତା’ ନିକଟରୁ ହଜାରେ ଟଙ୍କା, ଏଟିଏମ୍ କାର୍ଡ ଓ ପ୍ୟାନ୍ କାର୍ଡ ଭଳି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ପୁଲିସ ସୂଚନାନୁସାରେ କଣ୍ଢେଇ ଆଜି ନୂଆପଲ୍ଲୀ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଏହି ସବୁ ସାମଗ୍ରୀ ଚୋରି କରିଥିଲା। ସକାଳୁ ସକାଳୁ ଘରେ କେହି ନଥିବା ମଉକାରେ ଭିକ ମାଗୁଥିବା ଭଳି ବୁଲୁଥିବା କଣ୍ଢେଇ ଭିତରକୁ ପଶି ଏସବୁ ନେଇ ପଳାଉଥିଲା। କିନ୍ତୁ ପଡ଼ୋଶୀମାନଙ୍କ ହାବୁଡ଼ରେ ପଡ଼ିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe