ଖରାରେ ଚେତା ହରାଇଲେ ମହିଳା

ଲାଲ୍‌ ମାଟି ପାଇଁ ବାରିପଦା ଉତ୍ତପ୍ତ: ଉମାଶଙ୍କର

The Indian Express

ବାଲିଅନ୍ତା : ବାଲିଅନ୍ତା ବଜାରକୁ ରାସନ୍‌ ସାମଗ୍ରୀ କିଣିବାକୁ ଆସିଥିବା ଜଣେ ମହିଳା ଆଜି ଖରା ଓ ଗୁଳୁଗୁଳିରେ ଅସୁସ୍ଥ ହୋଇ ‌ଚେତା ହରାଇଛନ୍ତି। ମହିଳା ଜଣକ ହେଲେ ସ୍ଥାନୀୟ ଅଣ୍ଡିଲୋ ଗ୍ରାମରେ ଘରଭଡ଼ା ନେଇ ରହୁଥିବା ବାସନ୍ତୀ ବେହେରା (୪୫)। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଚିକିତ୍ସିତ ହେବା ପରେ ସଂଧ୍ୟାରେ ଘରକୁ ଫେରି ଆସିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୧ଟାରେ ବାସନ୍ତୀ ବଜାରକୁ କିଛି ଜିନିଷ କିଣିବାକୁ ଯାଇଥିଲେ। ହେଲେ ଟାଣ ଖରା ଯୋଗୁଁ ତାଙ୍କ ମୁଣ୍ଡ ବୁଲାଇବାରୁ ତଳେ ପଡ଼ି ଯାଇଥିଲେ। ଉପସ୍ଥିତ ଲୋକ ତାଙ୍କୁ ଉଦ୍ଧାର କରି ପରିବାରଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ପହଞ୍ଚି ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe