ହତ୍ୟା କରି କାଜୁ ଜଙ୍ଗଲରେ ଫିଙ୍ଗିଦେଲେ! ମୃତଦେହ ପାଖରେ ଭଙ୍ଗା ଶଙ୍ଖା ଓ ଚୁଡ଼ି

Advertisment

ସନ୍ଦେହରେ ସ୍ତ୍ରୀ ଓ ପ୍ରେମିକ

ସନ୍ଦେହରେ ସ୍ତ୍ରୀ ଓ ପ୍ରେମିକ

ବନ୍ଦ ଘରୁ ଯୁବତୀଙ୍କ ମୃତଦେହ ଜବତ

bbc

ବାରଙ୍ଗ : ଗତକାଲିଠାରୁ ନିଖୋଜ ଥିବା ଗୟଳବାଙ୍କ ଗାଁର ଗୋପାଳ ନାଏକ(୪୮)ଙ୍କ ମୃତଦେହକୁ ବୁଧବାର ଦିନ ବାରଙ୍ଗ ଥାନା ପୁଲିସ ସ୍ଥାନୀୟ ଏକ କାଜୁ ଜଙ୍ଗଲରୁ ଜବତ କରିଛି। ଗୋଡ଼ିସାହି ଫାଣ୍ଡି ବିଦ୍ୟାଧରପୁରସ୍ଥିତ ଶ୍ରୀ ବିଶ୍ବବିଦ୍ୟାଳୟ ନିକଟ ମୁଣ୍ଡିଆରେ କାଜୁ ଜଙ୍ଗଲରୁ ଗୋପାଳଙ୍କ କ୍ଷତବିକ୍ଷତ ଗଳିତ ଶବ ଉଦ୍ଧାର କରାଯାଇଛି। କେହି ତାଙ୍କୁ ରାସ୍ତାରୁ ଜଙ୍ଗଲ ଭିତରକୁ ଘୋଷାରି ନେଇ ହତ୍ୟା କରିଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ଅନୁମାନ କରାଯାଉଛି। ମୃତଦେହ ନିକଟରେ ଏକ ରକ୍ତଭିଜା ପଥର, ଜଣେ ମହିଳାଙ୍କ ଚପଲ, ଭଙ୍ଗା ଶଙ୍ଖା ଓ ଚୁଡ଼ି ପଡ଼ିଥିବା ବେଳେ ବେଶ୍ କିଛି ଦୂର ଘୋଷରା ଚିହ୍ନ ରହିଛି। ତେଣୁ ହତ୍ୟାକାଣ୍ଡ ବେଳେ ସେଠାରେ କେହି ମହିଳା ଥିବା ସନ୍ଦେହ କରାଯାଉଛି। ଏଣେ ୧୫ ଦିନ ତଳୁ ଘର ଛାଡ଼ି ପ୍ରେମିକ ସହ ପଳାଇଥିବା ସ୍ତ୍ରୀ ଗୋପାଳକୁ ହତ୍ୟା କରିଛି ବୋଲି ଗୋପାଳଙ୍କ ଭାଈ ଓ ଭଉଣୀ ଅଭିଯୋଗ କରିବା ପରେ ସମସ୍ତଙ୍କ ସନ୍ଦେହ ଦୃଢ଼ୀଭୂତ ହୋଇଛି।

ସବୁଦିନ ଭଳି ଗୋପାଳ ମଙ୍ଗଳବାର ସକାଳୁ ନିଜ ସ୍କୁଟି (ଓଡି୦୫ବିଡି-୯୫୪୧) ଧରି କର୍ମକ୍ଷେତ୍ରକୁ ବାହାରିଥିଲେ। ଖରାବେଳେ ପୁଅ ଝିଅ ଘରୁ ଫୋନ୍‌ କରିଥିଲେ ବି ସେ ଉଠାଇନଥିଲେ। ଅପରାହ୍ଣରେ ଉକ୍ତ ସ୍କୁଟିଟି ଉକ୍ତ ମୁଣ୍ଡିଆ ନିକଟରେ ନରାଜ ବ୍ୟାରେଜ୍‌ ଆଡ଼କୁ ଯାଇଥିବା ରାସ୍ତା କଡ଼ରେ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଗୋଡ଼ିସାହି ଫାଣ୍ଡି ପୁଲିସ ଗାଡ଼ି ଜବତ କରିଥିଲେ ହେଁ ଗୋପାଳଙ୍କ ପତ୍ତା ମିଳିନଥିଲା। ଆଜି ସକାଳେ କେହି ସ୍ଥାନୀୟ ଲୋକ କାଜୁ ଜଙ୍ଗଲକୁ ଯାଇଥିବା ବେଳେ ଏକ ଗଛ ମୂଳେ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପରେ ଜଣାଗଲା ଯେ ତାହା ଗୋପାଳଙ୍କ ମୃତଦେହ। ତାଙ୍କ ମୁଣ୍ଡ ଓ ମୁହଁକୁ ପଥରରେ ଛେଚି ଦିଆଯାଇଥିବା ଜଣାପଡ଼ୁଥିଲା। ସେହିଭଳି ମୃତଦେହକୁ ପ୍ରାୟ ୩୦ ଫୁଟ୍‌ ଘୋଷାରି ନେଇ ଫିଙ୍ଗି ଦିଆଯାଇଥିଲା। ଖବର ପାଇ ବାରଙ୍ଗ ଥାନା ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଘଟଣାସ୍ଥଳରୁ ସମସ୍ତ ସନ୍ଦିଗ୍ଧ ସାମଗ୍ରୀ ଜବତ କରିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଥିଲା।

ଗୋପାଳର ଘର ଜଟଣୀ ଅଞ୍ଚଳରେ। ୧୫ ବର୍ଷ ପୂର୍ବେ ସେ ଗୟଳବାଙ୍କରେ ଘରଜୋଇଁଆ ଭାବେ ରହୁଥିଲେ। ତାଙ୍କର ୨ ପୁଅ ଓ ୨ ଝିଅ ଅଛନ୍ତି। ଗତ ପ୍ରାୟ ୧୫ ଦିନ ପୂର୍ବେ ଗୋପାଳଙ୍କ ସ୍ତ୍ରୀ ଘର ପରିବାର ଛାଡ଼ି କୌଣସି ଯୁବକ ସହ ପଳାଇଛନ୍ତି ବୋଲି ଆଜି ଗୋପାଳଙ୍କ ସାନ ଭାଈ ଗୋବିନ୍ଦ ଅଭିଯୋଗରେ ଦର୍ଶାଇଛନ୍ତି। ତେଣୁ ସ୍ତ୍ରୀ ଓ ପ୍ରେମିକ ମିଶି ଗୋପାଳଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ଗ୍ରହଣ କରିଥିଲେ ବି ହତ୍ୟା ମାମଲା ରୁଜୁ କରିନଥିବା ଜଣାପଡ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ତଦନ୍ତ ଅଧିକାରୀ ସୂଚନା ଦେଇଛନ୍ତି। ଘୋଷରା ଦାଗ ଓ ମୃତଦେହର କ୍ଷତ ଚିହ୍ନକୁ ନେଇ କିଛି ସ୍ପଷ୍ଟ ନୁହେଁ। କାରଣ ଜଙ୍ଗଲ ଭିତରେ କୌଣସି ହିଂସ୍ର ପ୍ରାଣୀ ମୃତଦେହକୁ କ୍ଷତବିକ୍ଷତ କରି ଘୋଷାରି ନେଇଥାଇପାରେ। ତେଣୁ ବ୍ୟବଚ୍ଛେଦ ରିପୋର୍ଟରୁ ହିଁ ସବୁ ସତ ବାହାରିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe