ଅନଶନରେ ବସିଲେ ମହିଳା ସମାଜସେବୀ

Advertisment

କୁନ୍ଦୁଲି ଘଟଣାର ସିବିଆଇ ତଦନ୍ତ ଓ ନିଶାମୁକ୍ତ ଓଡ଼ିଶା ଦାବି

କୁନ୍ଦୁଲି ଘଟଣାର ସିବିଆଇ ତଦନ୍ତ ଓ ନିଶାମୁକ୍ତ ଓଡ଼ିଶା ଦାବି

ଅନଶନରେ ବସିଲେ ମହିଳା ସମାଜସେବୀ

ଭୁବନେଶ୍ୱର : କୁନ୍ଦୁଲି ଦୁଷ୍କର୍ମ ମାମଲାର ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ସହ ଘଟଣାର ସିବିଆଇ ତଦନ୍ତ କରିବା ଏବଂ ଏହି ଘଟଣାକୁ ମିଥ୍ୟା ପ୍ରମାଣିତ କରି ମାମଲାକୁ ଚାପି ଦେବା ପାଇଁ ଉଦ୍ୟମ କରିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ, ୧୯୫୬ ମସିହାରେ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଦ୍ୱାରା ଆଗତ ମଦମୁକ୍ତ ଓଡ଼ିଶା ଗଠନ ବିଲ୍‌କୁ କାର୍ଯ୍ୟକାରୀ କରିବା ଆଦି ଦାବିରେ ମା’ ଘରର ମୁଖ୍ୟ ସମାଜସେବୀ ଋତୁପର୍ଣ୍ଣା ମହାନ୍ତି ଓ ତାଙ୍କ ସହଯୋଗୀମାନେ ଆଜି ଲୋୟର ପିଏମ୍‌ଜିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନରେ ବସିଛନ୍ତି।

ମା’ ଘର ଫାଉଣ୍ଡେସନ ଓ ସ୍ୱାଧୀନତା ସଂଗ୍ରାମୀ ସହିଦ ସ୍ମୃତି ସଂସଦ ପକ୍ଷରୁ କରାଯାଉଥିବା ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଶତାଧିକ ମହିଳା ସାମିଲ ହୋଇଛନ୍ତି। ଓଡ଼ିଶାରେ ବଢ଼ି ଚାଲିଥିବା ନିଶାର ପ୍ରାଦୁର୍ଭାବ ସହ ମହିଳାମାନଙ୍କ ସୁରକ୍ଷା ନେଇ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି।

ସଂଗଠନର ଅନ୍ୟାନ୍ୟ ପ୍ରମୁଖ ଦାବି ମଧ୍ୟରେ ରହିଛି ଓଡ଼ିଶାରେ ମହିଳା ଓ ଶିଶୁଙ୍କ ପ୍ରତି ଘଟିଥିବା ହିଂସା ନେଇ ଥାନା ଓ କୋର୍ଟରେ ଯେଉଁ ମାମଲା ଏକ ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଲାଣି, ସେସବୁର ସମାଧାନ ନେଇ ସ୍ୱତନ୍ତ୍ର ଅଦାଲତ, ତଦନ୍ତ କମିଟି ଗଠନ କରି ୬ ମାସ ମଧ୍ୟରେ ସେମାନଙ୍କୁ ନ୍ୟାୟ ପ୍ରଦାନ, ଗାନ୍ଧୀଜୀଙ୍କ କଳ୍ପିତ ସ୍ୱରାଜ ନୀତିକୁୁ ମାନ୍ୟତା ଦିଆଯାଇ ଆଇନରେ ପରିଣତ କରିବା। ଅନ୍ୟମାନଙ୍କ ମଧ୍ୟରେ କାଦମ୍ବିନୀ ତ୍ରିପାଠୀ, ଜ୍ୟୋତ୍ସ୍ନା ମହାନ୍ତି, ପଦ୍ମିନୀ ସିଂହ, କନକଲତା ସାହୁ, ଜ୍ୟୋତ୍ସ୍ନା ପାଣିଗ୍ରାହୀ ଓ ପ୍ରୀତିସୁଧା ମହାନ୍ତି ପ୍ରମୁଖ ଏହି ଅନଶନରେ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe