ଓସ୍କାର୍‌ ସିଟି‌ରେ ମହିଳାଙ୍କ ଆତଙ୍କରାଜ: ଗର୍ଭବତୀ ବୋହୂ ଓ ମା’ ପୁଅଙ୍କୁ ପ୍ରାଣାନ୍ତକ ଆକ୍ରମଣ

Advertisment

ବୁଧବାର ରାତିରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଓସ୍କାର୍‌ ସିଟି ଅଞ୍ଚଳରେ ଜଣେ ମହିଳାଙ୍କ ଆତଙ୍କରାଜ ଦେଖିବାକୁ ମିଳିଥିଲା। ଅଭିଯୁକ୍ତ ମହିଳା ସୁଲୋଚନା ସାହୁ(୪୨) ଓ ତାଙ୍କ ପୁରୁଷବନ୍ଧୁ ପଡ଼ୋଶୀଙ୍କ ଘରେ ପଶି ଜଣେ ଗର୍ଭବତୀଙ୍କ ସମେତ...

ବୁଧବାର ରାତିରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଓସ୍କାର୍‌ ସିଟି ଅଞ୍ଚଳରେ ଜଣେ ମହିଳାଙ୍କ ଆତଙ୍କରାଜ ଦେଖିବାକୁ ମିଳିଥିଲା। ଅଭିଯୁକ୍ତ ମହିଳା ସୁଲୋଚନା ସାହୁ(୪୨) ଓ ତାଙ୍କ ପୁରୁଷବନ୍ଧୁ ପଡ଼ୋଶୀଙ୍କ ଘରେ ପଶି ଜଣେ ଗର୍ଭବତୀଙ୍କ ସମେତ...

sffssfc

ଭୁବନେଶ୍ବର: ବୁଧବାର ରାତିରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଓସ୍କାର୍‌ ସିଟି ଅଞ୍ଚଳରେ ଜଣେ ମହିଳାଙ୍କ ଆତଙ୍କରାଜ ଦେଖିବାକୁ ମିଳିଥିଲା। ଅଭିଯୁକ୍ତ ମହିଳା ସୁଲୋଚନା ସାହୁ(୪୨) ଓ ତାଙ୍କ ପୁରୁଷବନ୍ଧୁ ପଡ଼ୋଶୀଙ୍କ ଘରେ ପଶି ଜଣେ ଗର୍ଭବତୀଙ୍କ ସମେତ ୩ଜଣଙ୍କୁ ରକ୍ତାକ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପୁଲିସ ଆଜି ସୁଲୋଚନାଙ୍କୁ କୋର୍ଟ ଚାଲାଣ କରିଛି ଏବଂ ଫେରାର ପୁରୁଷବନ୍ଧୁଙ୍କୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି। ସୁଲୋଚନା ଆକ୍ରମଣରେ ବ୍ୟବହାର କରିଥିବା କଟୁରି ଓ ଲୁହାଛଡ଼କୁ ପୁଲିସ ଜବତ କରିଛି।  

ପୁଲିସ ସୂଚନା ମୁତାବକ ଅଭିଯୋଗକାରିଣୀ ସଂଜୁ ବେହେରା ଓ ଅଭିଯୁକ୍ତ ସୁଲୋଚନା ପଡ଼ୋଶୀ ଭାବେ ଓସ୍କାର୍‌ ସିଟି ଲେନ୍‌-୯ରେ ରହୁଛନ୍ତି। ଗତକାଲି ସଂଜୁ କୌଣସି କଥାକୁ ନେଇ ତାଙ୍କ ପୁଅ ସହ ପାଟିତୁଣ୍ଡ କରୁଥିଲେ। କିନ୍ତୁ ହଠାତ୍ ସୁ‌ଲୋଚନା ଓ ତାଙ୍କ ପୁରୁଷବନ୍ଧୁ କଟୁରି ଓ ଲୁହାଛଡ଼ ଧରି ସଂଜୁଙ୍କ ଘର ଭିତରକୁ ପଶି ଆସିଥିଲେ। ସେମାନେ ସଂଜୁଙ୍କ ପୁଅକୁ ଗାଳିମନ୍ଦ କରିଥିଲେ। ମା’ ପୁଅଙ୍କ କଳିରେ ସେମାନେ କ’ଣ ପାଇଁ ମୁଣ୍ଡ ପୂରାଇଲେ ବୋଲି କହିବାକୁ ସୁ‌ଲୋଚନା ଉତ୍‌କ୍ଷିପ୍ତ ହୋଇ ସଂଜୁଙ୍କୁ ଲୁହାଛଡ଼ରେ ପିଟି ପକାଇଥିଲେ। ଏହାଦେଖି ସଂଜୁଙ୍କ ପୁଅ ସୁଲୋଚନାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। ଏତିକିବେଳେ ସୁଲୋଚନାଙ୍କ ପୁରୁଷବନ୍ଧୁ କଟୁରି ସଂଜୁଙ୍କ ପୁଅକୁ ଚୋଟ ପକାଇଥିଲେ। ଏହାଦେଖି ବିକଳରେ ସଂଜୁଙ୍କ ଗର୍ଭବତୀ ବୋହୂ ସ୍ବପ୍ନା ଧାଇଁ ଆସି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସୁଲୋଚନାଙ୍କ ପୁରୁଷବନ୍ଧୁ ତାଙ୍କୁ ମଧ୍ୟ ଛାଡ଼ି ନଥିଲା। ସେ ଗର୍ଭବତୀ ମହିଳାଙ୍କ ମୁଣ୍ଡକୁ କଟୁରି ଚୋଟ ମାରିବା ସହ ପେଟକୁ ଗୋଇଠା ମାରି ତଳେ ପକାଇ ଦେଇଥିଲା। ସଂଜୁ, ତାଙ୍କ ପୁଅ-ବୋହୂ ସମସ୍ତେ ରକ୍ତାକ୍ତ ହୋଇ ଚିତ୍କାର କରିବାରୁ ଅନ୍ୟ ପଡ଼ୋଶୀମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସେମାନଙ୍କୁ ଦେଖି ସୁଲୋଚନା ଓ ପୁରୁଷବନ୍ଧୁ ସେଠାରୁ ପଳାଇଥିଲେ। ପଡ଼ୋଶୀମାନେ ଗୁରୁତର ଅବସ୍ଥାରେ ତିନିଜଣଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe