ଭୁବନେଶ୍ୱର : ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥର ରେଗାଲିଆ ଛକ ନିକଟରେ ଜଣେ ମହିଳା ଛିନ୍ତାଇର ଶିକାର ହୋଇଛନ୍ତି। ଲୁଟ୍ର ଶିକାର ମହିଳା ହେଲେ, ତମାଣ୍ଡୋ ଅଞ୍ଚଳର ପଲ୍ଲବୀ ପ୍ରିୟଦର୍ଶିନୀ ନାୟକ। ଏହି ଘଟଣା ଦୁଇ ଦିନ ତଳେ ଘଟିଥିଲେ ହେଁ ପୁଲିସ୍ ଏପର୍ଯ୍ୟନ୍ତ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇପାରିନାହିଁ। ତେବେ ଆଜି ଏହି ଘଟଣାର ସିସିଟିଭି ଫୁଟେଜ୍ ଭାଇରାଲ ହେବା ପରେ ପୁଲିସ୍ ତତ୍ପର ହୋଇଉଠିଛି। ଫଟେଜ୍ରେ ଦେଖାଯାଉଥିବା ଗାଡ଼ି ନମ୍ବରରୁ ଲୁଟେରାଙ୍କୁ ଚିହ୍ନଟ କରି ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ସୂଚନାନୁଯାୟୀ, ୧୭ ତାରିଖ ସକାଳେ ପଲ୍ଲବୀ ନିଜ ସ୍କୁଟିରେ ବଜାରରୁ ଘରକୁ ଫେରୁଥିଲେ। ସେ ଡି.ଏନ୍ ରେଗାଲିଆ ଛକ ପାର୍ ହେଉଥିବା ବେଳେ ହଠାତ୍ ଦୁଇଜଣ ଦୁର୍ବୃତ୍ତ ପଛରୁ ଏକ ବାଇକ୍ରେ ଆସି ତାଙ୍କ ଭ୍ୟାନିଟି ବ୍ୟାଗ୍ ଝାମ୍ପି ନେଇଥିଲେ। ଛିନ୍ତାଇ ବେଳେ ଭାରସାମ୍ୟ ହରାଇ ପଲ୍ଲବୀ ତଳେ ପଡ଼ି ଆହତ ହୋଇଥିଲେ। ପରେ ସେ ଏ ସଂପର୍କରେ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ।
ଭୁବନେଶ୍ୱର : ଯୁବତୀଙ୍କ ଭ୍ୟାନିଟି ଝାମ୍ପିନେଲେ
Advertisment
Follow Us