Photo Credit: Representative Image
ବାଲିଅନ୍ତା : କୁଶଭଦ୍ରା ନଦୀରୁ ମିଳିଥିବା ନିର୍ମଳା ମହାନ୍ତି(୪୫)ଙ୍କ ମୃତଦେହ ମାମଲାରେ ଆଜି ବାଲିଅନ୍ତା ଥାନା ପୁଲିସ ସ୍ବାମୀ ରମଣିରଂଜକୁ କୋର୍ଟ ଚାଲାଣ କରିଛି। ସ୍ତ୍ରୀଙ୍କୁ ହତ୍ୟା କରି ନଦୀକୁ ଫିଙ୍ଗି ଦେଇଥିବା ଅଭିଯୋଗରେ ରମଣିରଂଜନକୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ନିର୍ମଳାଙ୍କ ବଡ଼ଭାଇ ପ୍ରଫୁଲ୍ଲ ମହାନ୍ତିଙ୍କ ଏଭଳି ଅଭିଯୋଗ ପରେ ପୁଲିସ ଏହି ପଦକ୍ଷେପ ଗ୍ରହଣ କରିଛି।
ପ୍ରଫୁଲ୍ଲଙ୍କ ଅଭିଯୋଗ ଅନୁସାରେ ରମଣିରଂଜନ ଲକ୍ଷେ ଟଙ୍କା ପାଇଁ ନିର୍ମଳାଙ୍କୁ ନିର୍ଯାତନା ଦେଉଥିଲା। ସେ ବଡ଼ କଷ୍ଟରେ ୫୦ ହଜାର ଟଙ୍କା ଯୋଗାଡ଼ କରି ଦେଇଥିଲେ ମଧ୍ୟ ରମଣିରଂଜନ ବାକି ୫୦ ହଜାର ଟଙ୍କା ପାଇଁ ନିର୍ମଳାଙ୍କୁ ମାର୍ଧର କରୁଥିଲା। ତେଣୁ ୨୯ ତାରିଖ ରାତିରେ ସେ ନିର୍ମଳାଙ୍କୁ ମାରି ନଦୀକୁ ଫିଙ୍ଗି ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଥିଲା ବୋଲି ପ୍ରଫୁଲ୍ଲ ଅଭିଯୋଗ କରିଥିଲେ।
Follow Us