ଛିନ୍‌ତାଇ ବେଳେ ମହିଳାଙ୍କ ମୃତ୍ୟୁ ମାମଲା: ଧରାପଡ଼ିଲା ଝାରଖଣ୍ଡୀ ତଡ଼ିପାର୍‌ ବିଧାତା

Advertisment

ଏୟାର୍‌ଫିଲ୍‌ଡ ଥାନା ଲବଣଗିରି ଛକରେ ଛିନ୍‌ତାଇ ବେଳେ ଘଟିଥିବା ମହିଳା ମୃତ୍ୟୁ ମାମଲାର ଅନ୍ୟତମ ଲୁଟେରାକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସେ ହେଲା ଝାରଖଣ୍ଡରୁ ତଡ଼ିପାର୍‌ ହୋଇ ଭୁବନେଶ୍ବର ପଳାଇଆସିଥିବା କୁଖ୍ୟାତ ଡକାୟତ ବିଧାତା ତନ୍ତୁବାଇ।

ଏୟାର୍‌ଫିଲ୍‌ଡ ଥାନା ଲବଣଗିରି ଛକରେ ଛିନ୍‌ତାଇ ବେଳେ ଘଟିଥିବା ମହିଳା ମୃତ୍ୟୁ ମାମଲାର ଅନ୍ୟତମ ଲୁଟେରାକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସେ ହେଲା ଝାରଖଣ୍ଡରୁ ତଡ଼ିପାର୍‌ ହୋଇ ଭୁବନେଶ୍ବର ପଳାଇଆସିଥିବା କୁଖ୍ୟାତ ଡକାୟତ ବିଧାତା ତନ୍ତୁବାଇ।

ଡାକ୍ତରଙ୍କ ମୁଣ୍ଡକୁ ଗୁଳି ମାରି ହତ୍ୟା କଲେ ଅପରାଧୀ

ଭୁବନେଶ୍ବର: ଏୟାର୍‌ଫିଲ୍‌ଡ ଥାନା ଲବଣଗିରି ଛକରେ ଛିନ୍‌ତାଇ ବେଳେ ଘଟିଥିବା ମହିଳା ମୃତ୍ୟୁ ମାମଲାର ଅନ୍ୟତମ ଲୁଟେରାକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ସେ ହେଲା ଝାରଖଣ୍ଡରୁ ତଡ଼ିପାର୍‌ ହୋଇ ଭୁବନେଶ୍ବର ପଳାଇଆସିଥିବା କୁଖ୍ୟାତ ଡକାୟତ ବିଧାତା ତନ୍ତୁବାଇ। ଘଟଣା ପରଠୁ ଡକାୟତ ବିଧାତା ତିନି ତିନିଟି ଜାଗା ବଦଳାଇଥିଲେ ମଧ୍ୟ ପୁଲିସ ନେଟ୍‌ୱର୍କରୁ ଖସିପାରି ନଥିଲା। ଏନ୍‌କାଉଣ୍ଟର୍‌ରେ ଝାରଖଣ୍ଡ ପୁଲିସର ଗୁଳି ଖାଇଥିବା ବିଧାତା ଏକ ବଡ଼ ଡକାୟତ ଗ୍ୟାଙ୍ଗ୍‌ର ସର୍ଦାର ବୋଲି ଜଣାପଡ଼ିଛି। ଗତ କିଛି ମାସ ହେଲା ସେ ଓ ତା’ର ସହଯୋଗୀ ରାଜୁ ନାଇଡୁ ଭୁବନେଶ୍ବରରେ ରହି ଛିନ୍‌ତାଇ କରୁଥିଲେ। ଦୁଇ ଦିନ ପୂର୍ବେ ପୁଲିସ ରାଜକୁ ଝାରଖଣ୍ଡ ସିଂହଭୂମରୁ ଗିରଫ କରିଥିଲା। ତା’ର ସୂଚନା ଆଧାରରେ ପୁଲିସ ଗତକାଲି ରାତିରେ ବଡ଼ବିଲ ଷ୍ଟେସନ ନିକଟରୁ ବିଧାତାକୁ ଗିରଫ କରିଛି। ଏହି ମାମଲାରେ ପୁଲିସ ବିଧାତା ଓ ରାଜୁର ଟିଆଇ ପରେଡ୍‌ କରାଇବା ସହ ସେମାନଙ୍କ ଅପରାଧର ଅଧିକ ଖୋଳତାଡ଼ ପାଇଁ ରିମାଣ୍ଡ ଆବେଦନ କରିବ ବୋଲି ସୂଚନା ମିଳିଛି। ଆଜି ପୁଲିସ ବିଧାତାକୁ ନେଇ ସିନ୍‌ ରିକ୍ରିଏସନ୍‌ କରାଇବା ପରେ କୋର୍ଟ ଚାଲାଣ କରିଛି। ସେହିଭଳି ସେମାନେ ଲୁଟ୍‌ରେ ବ୍ୟବହାର କରିଥିବା ପଲ୍‌ସର୍‌ ବାଇକ୍‌କୁ ପୁଲିସ ଭୁବନେଶ୍ବର ରେଳଷ୍ଟେସନରୁ ଉଦ୍ଧାର କରିବା ପରେ ସେମାନଙ୍କ ଭଡ଼ାଘରୁ ଲୁଟ୍‌ ବେଳେ ପିନ୍ଧିଥିବା ପୋଷାକପତ୍ର ଜବତ କରିଛି।

ବିଧାତା ପେଟରେ ପୁଲିସ ଗୁଳି
ଝାରଖଣ୍ଡ ସୁନ୍ଦରନଗରର ବାସିନ୍ଦା ବିଧାତା ଥିଲା ଏକ ଡକାୟତ ଦଳର ମୁଖିଆ। ଚକ୍ରଧରପୁର, ଚାନ୍ଦିଲି, କୋୱାଲି ଓ ସୁନ୍ଦରନଗର ଥାନା ଅଞ୍ଚଳରେ ତା’ ନାଁରେ ବହୁ ଲୁଟ୍‌ ଓ ଡକାୟତି ମାମଲା ରହିଛି। ତେଣୁ ଏକଦା ପୁଲିସ ତାକୁ ଏନ୍‌କାଉଣ୍ଟର କରିଥିଲା। ଏବେ ତା’ ପେଟରେ ପୁଲିସ ଗୁଳି ରହିଛି। ଗତ ବର୍ଷ ତାକୁ ଝାରଖଣ୍ଡ ପୁଲିସ ତଡ଼ିପାର୍‌ ଘୋଷଣା କଲା। ଦେଖିବା ମାତ୍ରେ ତାକୁ ଗୁଳି କରିଦେବାକୁ ଝାରଖଣ୍ଡ ପୁଲିସକୁ ନିର୍ଦ୍ଦେଶ ଦିଆଗଲା। ତେଣୁ ଭୟରେ ବିଧାତା ପଳାଇଆସିଲା ଓଡ଼ିଶା। ପ୍ରଥମେ ଡେରା ପକାଇଲା ବଡବିଲରେ। କିନ୍ତୁ ପରେ ସେ ଭୁବନେଶ୍ବର ଚାଲିଆସିଲା। ସୁନ୍ଦରପଦାରେ ରହି ଲିଫ୍‌ଟ ମିସ୍ତ୍ରି ଭାବେ କାମ କରୁଥିବା ରାଜୁ ନାଇଡୁ ସହ ମିଶି ଏଠାରେ ଆରମ୍ଭ କଲା ଲୁଟ୍‌ପାଟ୍‌। ଜାଲ୍‌ ନମ୍ବର ପ୍ଲେଟ୍‌ ଲାଗିଥିବା ପଲ୍‌ସର୍‌ ବାଇକ୍‌ରେ ବୁଲିବୁଲି ଛିନ୍‌ତାଇ କଲା। ସେମାନେ ସୁନ୍ଦରପଦା ଅଞ୍ଚଳରେ ରହୁଥିବାରୁ ଜଟଣୀ-କପିଳପ୍ରସାଦ ରାସ୍ତାକୁ ସେମାନଙ୍କ ଚରାଭୂଇଁ କରିଦେଇଥିଲେ। ଷ୍ଟ୍ରିଟ୍‌ ଲାଇଟ୍‌ ନଥିବା ସେହି ରାସ୍ତାରେ ରାତିରେ ଛିନ୍‌ତାଇ କରିବା ବେଶ୍ ନିରାପଦ ଥିଲା। ଦିନବେଳା ବି ଏହି ରାସ୍ତା ନିଛାଟିଆ ରହୁଥିବାରୁ ଲୁଟ୍‌ ପାଇଁ ସୁଯୋଗ ମିଳୁଥିଲା। ଘଟଣାଦିନ ଅର୍ଥାତ୍ ୧୧ ତାରିଖ ଅପରାହ୍ଣରେ ୟୁ. ବିଷ୍ଣୁପାତ୍ର ଓ ତାଙ୍କ ସ୍ତ୍ରୀ ବାଇକ୍‌ ଯୋଗେ ହରିରାଜପୁରରୁ ଫେରୁଥିବା ବେଳେ ବିଧାତା ନଜରରେ ପଡ଼ିଥିଲେ। ବିଧାତା ଓ ରାଜୁ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପିନେବା ବେଳେ ସେ ବାଇକ୍‌ରୁ ଖସି ପଡ଼ିଥିଲେ। ପରେ ହସ୍ପିଟାଲ୍‌ରେ ମହିଳାଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe