ମହାବୀର ବସ୍ତିରୁ ମହିଳାଙ୍କ ଗଳିତ ଶବ ଜବତ ହେବା ଘଟଣା: ପଶ୍ଚିମବଙ୍ଗରୁ ଖାଲି ହାତରେ ଫେରିଲା ଭରତପୁର ପୁଲିସ

ମହାବୀର ବସ୍ତିରୁ ମହିଳାଙ୍କ ଗଳିତ ଶବ ଜବତ ହେବା ଘଟଣା: ପଶ୍ଚିମବଙ୍ଗରୁ ଖାଲି ହାତରେ ଫେରିଲା ଭରତପୁର ପୁଲିସ

ଭୁବନେଶ୍ବର : ରୁଚିକା ମାର୍କେଟ୍ ନିକଟସ୍ଥ ମହାବୀର ବସ୍ତିରୁ ମହିଳା ଶ୍ରମିକ ଗୀତା ସେଠୀଙ୍କ ଗଳିତ ଶବ ଜବତ ହେବା ଘଟଣାକୁ ୧୦ଦିନ ପୂରିବାକୁ ବସିଥିଲେ ହେଁ ଏ ପର୍ଯ୍ୟନ୍ତ ଭରତପୁର ପୁଲିସ ହତ୍ୟାକାରୀର ଟେର୍ ପାଇନାହିଁ। ଗଲା ୩ଦିନ ହେଲା ବାଲେଶ୍ବର ଏବଂ ପରେ ସେଠାରୁ ପଶ୍ଚିମବଙ୍ଗ ଯାଇ ଡେରା ପକାଇବା ପରେ ଅଭିଯୁକ୍ତ ରଙ୍ଗମିସ୍ତ୍ରିକୁ ନ ପାଇ ଆଜି ସକାଳୁ ସକାଳୁ ଖାଲି ହାତରେ ଫେରିଆସିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ରଙ୍ଗମିସ୍ତ୍ରି ଖୁବ୍ ସହଜରେ ରାଜଧାନୀରୁ ବାଲେଶ୍ବର ଏବଂ ପରେ ସେଠାରୁ ପଶ୍ଚିମବଙ୍ଗ ଚାଲି ଯାଇଥିଲା। ପୁଲିସ ଏ ନେଇ ତନାଘନା କରୁଥିବାରୁ ଇତିମଧ୍ୟରେ ସେ ଅନ୍ୟ କେଉଁ ରାଜ୍ୟକୁ ଖସିଯାଇଛି ବୋଲି ପୁଲିସ ଅନୁମାନ କରୁଛି।

ହତ୍ୟାକାଣ୍ଡର ପ୍ରାୟ ୪ ଦିନ ପରେ ପୁଲିସ ଘଟଣା ସଂପର୍କରେ ଖବର ପାଇଥିଲା। ବସ୍ତିରୁ ଗଳିତ ଶବ ଜବତ କରିବା ପରେ ମୃତାଙ୍କ ପରିଚୟ ଖୋଜିବାରେ ବଡ଼ ଅନ୍ତରାୟ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଥିଲା। ମାତ୍ର ରାତାରାତି ପୁଲିସ ବିଭିନ୍ନ ଥାନା ସହ ସଂପର୍କ କରି ନିଖୋଜ ମହିଳାଙ୍କ ବାବଦରେ ଖବର ନେଇ ଶବର ପରିଚୟ ବାହାର କରିଥିଲା। ଏହା ସହିତ ଗୀତାର ହତ୍ୟାକାରୀ ଜଣେ ରଙ୍ଗମିସ୍ତ୍ରି ବୋଲି ମଧ୍ୟ ପୁଲିସ ଠାବ କରିଥିଲା। ତେଣୁ ଆଶା କରାଯାଉଥିଲା ଯେ ଖୁବ୍ ଶୀଘ୍ର ହତ୍ୟାକାରୀକୁ ପୁଲିସ୍ ଗିରଫ କରିବ। ଭରତପୁର ପୁଲିସ ସ୍ବତନ୍ତ୍ର ଟିମ୍ କରି ପ୍ରଥମେ ଗୀତାଙ୍କ ଗାଁ’ ବୋଲଗଡ଼ ସମେତ ରାଜଧାନୀର ଏକାଧିକ ବସ୍ତି ଏବଂ ପରେ ସେଠାରୁ ନୟାଗଡ଼ ଯାଇ ଏକାଧିକ ସ୍ଥାନରେ ଚଢ଼ଉ କରିଥିଲା। ଏହା ପରେ ସ୍ଥାନୀୟ କିଛି ଲୋକ ଓ ଗୁଇନ୍ଦା ବିଭାଗ ପାଖରୁ ସୁରାକ ପାଇ ୩ଦିନ ତଳେ ରାତାରାତି ବାଲେଶ୍ବର ଅଭିମୁଖେ ବାହାରିଥିଲା। ବାଲେଶ୍ବରରୁ ଗୋଟିଏ ଦିନ ରହି ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରିବା ପରେ ପଶ୍ଚିମବଙ୍ଗ ଯାଇଥିଲା। ସେଠାରୁ ବାଲୁରଘାଟ, ଉତ୍ତର ପଶ୍ଚିମବଙ୍ଗ ସମେତ ଏକାଧିକ ସ୍ଥାନରେ ଯାଇ ଚଢ଼ଉ କରିଥିଲା। ହେଲେ ପଶ୍ଚିମବଙ୍ଗରୁ ଅନ୍ୟ କେଉଁଆଡ଼େ ଖସିଯାଇଥିବା ଖବର ପାଇବା ସ୍ପଷ୍ଟ ହେବା ପରେ ପୁଲିସ ଭୁବନେଶ୍ବରକୁ ଫେରିଆସିଛି। ତେବେ ଏହା ପରେ ପୁଲିସ ହାତରେ ଲାଗିଥିବା ଅନ୍ୟ କିଛି ସୁରାକକୁ ନେଇ କିଛି ଦିନ ଭିତରେ ପୁଣିଥରେ ରାଜ୍ୟ ବାହାରକୁ ଯିବାକୁ ଯୋଜନା କରୁଥିବା ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe