ଭାରତ ପର୍ଯ୍ୟଟନର ବାର୍ତା ବାଣ୍ଟିବେ ମହିଳା ବାଇକ୍‌ ରାଇଡର

Advertisment

୫୦ ଦିନରେ ବୁଲିବେ ୭ ଦେଶର ୧୭ହଜାର କିଲୋମିଟର

୫୦ ଦିନରେ ବୁଲିବେ ୭ ଦେଶର ୧୭ହଜାର କିଲୋମିଟର

ଭାରତ ପର୍ଯ୍ୟଟନର ବାର୍ତା ବାଣ୍ଟିବେ ମହିଳା ବାଇକ୍‌ ରାଇଡର

ଭୁବନେଶ୍ୱର: ସମଗ୍ର ଏସିଆରେ ବୁଲିବ ଭାରତ ପର୍ଯ୍ୟଟନର ବାର୍ତା। ପୋଷ୍ଟର ନୁହେଁ କି ମେଟ୍ରୋ ରେଲ୍‌ ନୁହେଁ। ବରଂ ବାଇକ୍‌ ରାଇଡ୍‌ରେ ପର୍ଯ୍ୟଟନର ବାର୍ତା ବାଣ୍ଟିବେ ତେଲେଙ୍ଗାନାର ୪ ଜଣ ମହିଳା ବାଇକ୍‌ ରାଇଡର। ୫୦ ଦିନରେ ୧୭ହଜାର କିଲୋମିଟର ପଥ ଅତିକ୍ରମ କରି ସମୃଦ୍ଧ ପର୍ଯ୍ୟଟନ ଓ କୀର୍ତିରାଜିର କଥା ବଖାଣିବେ। ଭାରତ ସମେତ ୭ଟି ଦେଶର ୧୯ଟି ୟୁନେସ୍କୋ ଐତିହ୍ୟ ସ୍ଥଳୀ ବୁଲି ଫଟୋ ଓ ଭିଡିଓ ଜରିଆରେ ସେଇ କୀର୍ତିରାଜିର ପ୍ରାମାଣିକ ଚିତ୍ର ସଂଗ୍ରହ କରିବେ। ଏହିଭଳି ଏକ ମହତ୍ତ୍ୱାକାଂକ୍ଷା ନେଇ ଜୟ ଭାରତୀଙ୍କ ଅଧୀନରେ ଏହି ଯାତ୍ରାରେ ସାମିଲ୍‌ ହୋଇଛନ୍ତି ଶିଳ୍ପା ବାଲକ୍ରିଷ୍ଣନ୍‌, ଶାନ୍ତି ଓ ପ୍ରିୟା ବାହାଦୂର।

ଆଜି ପାନ୍ଥ ନିବାସରେ ପହଞ୍ଚିବା ପରେ ରାଇଡର୍‌ଙ୍କୁ ଫୁଲ ମାଳ ସହ ଚନ୍ଦନ ଲଗାଇ ସ୍ୱାଗତ କରାଯାଇଥିଲା। ଭାରତ ପର୍ଯ୍ୟଟନର ସହ ନିର୍ଦେଶକ ପ୍ରବୀଣ ଚକ୍ରବର୍ତୀ, ଓଡ଼ିଶା ପର୍ଯ୍ୟଟନର ସହ ନିର୍ଦେଶକ ଡ.ସୁନିଲ ପଟ୍ଟନାୟକ, ଉତ୍ପଳ ପତିଙ୍କ ସମେତ ପର୍ଯ୍ୟଟନ ବିଭାଗର ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ରାଇଡର୍‌ମାନଙ୍କୁ ସ୍ୱାଗତ କରିଥିଲେ। ଗତ ୧୧ ତାରିଖରୁ ତେଲେଙ୍ଗାନାରୁ ବାହାରିଥିବା ଏହି ଅଭିଯାନ ବିଜୟଓ୍ଵାଡ଼ା, ଭାଇଜାଗ୍‌ ଦେଇ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଗତକାଲି ସେମାନେ କୋଲକାତା ଅଭିମୁଖେ ଯାତ୍ରା କରିବେ। କିଛି ସ୍ଥାନରେ ରହଣୀ ସହ ସେମାନେ ସାଂସ୍କୃତିକ ଭାବ ବିନିମୟ କରିବେ। ଦକ୍ଷିଣ ଏସିଆକୁ ପ୍ରବେଶ ପୂର୍ବରୁ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ ଓ ମଣିପୁର ଦେଇ ତାଙ୍କର ବାଇକ୍‌ ଗଡ଼ିବ। ପରେ ରାଇଡର୍‌ ଗ୍ରୁପ୍‌ ବାଙ୍ଗଲାଦେଶ, ମ୍ୟାଁମାର, ଥାଇଲାଣ୍ଡ୍‌, ଲାଓସ୍‌, କାମ୍ବୋଡ଼ିଆ ଓ ଭିଏତନାମ ଯାତ୍ରା କରିବ। ଫେରିବା ବେଳେ ସେମାନେ ନାଗାଲାଣ୍ଡ, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ଦିଲ୍ଲୀ, ହରିୟାଣା, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଦେଇ ତେଲେଙ୍ଗାନାରେ ପହଞ୍ଚିବେ। ୪ ରାଇଡର୍‌ଙ୍କ ସମେତ ଏହି ଅଭିଯାନରେ ୮ଜଣ ସହଯୋଗୀ ସାମିଲ୍‌ ହୋଇଛନ୍ତି। ମୋଟର ବାଇକ୍‌ ଅଭିଯାନର ନେତୃତ୍ୱ ନେଇଥିବା ଜୟ ଭାରତୀଙ୍କ କହିବା ମୁତାବକ, ସାଧାରଣତଃ ଝିଅମାନେ ରାସ୍ତାରେ ବାଇକ୍‌ ନେଇ ଗଲେ ଦୃଷ୍ଟି ଆକର୍ଷଣ କରିଥାଆନ୍ତି। ତେଣୁ କେବଳ ଲୋକଙ୍କ ଦୃଷ୍ଟିରେ ଆସିବା ପରିବର୍ତେ ଏହି ରାଇଡ୍‌ ସହ ଆମେ ଆମ ଦେଶର ପର୍ଯ୍ୟଟନକୁ ପ୍ରଚାର ପ୍ରସାର କରିବାକୁ ସ୍ଥିର କରି ଅଭିଯାନ ଆରମ୍ଭ କରିଛୁ। ଏଥିସହ ଭାରତ ଯେ ମହିଳାମାନଙ୍କ ପାଇଁ ଏକ ନିରାପଦ ଦେଶ ତାହାର ବାର୍ତା ମଧ୍ୟ ଦେବୁ ବୋଲି ଶ୍ରୀମତୀ ଭାରତୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe