ହୋର୍ଡିଂ ଉପରେ ଚଢ଼ି ମହିଳାଙ୍କ ହଙ୍ଗାମା: ‘ଫାଣ୍ଡି ସାର୍ ମୋତେ ହଇରାଣ କରୁଛନ୍ତି’

Advertisment

ଅଧଘଣ୍ଟାଏ ପରେ ଉଦ୍ଧାର କଲେ ଲୋକ

ଅଧଘଣ୍ଟାଏ ପରେ ଉଦ୍ଧାର କଲେ ଲୋକ

ହୋର୍ଡିଂ ଉପରେ ଚଢ଼ି ମହିଳାଙ୍କ ହଙ୍ଗାମା: ‘ଫାଣ୍ଡି ସାର୍ ମୋତେ ହଇରାଣ କରୁଛନ୍ତି’

ଭୁବନେଶ୍ବର: ସମୟ ପ୍ରାୟ ରାତି ୮ଟା। ଶିଶୁଭବନ ଫ୍ଲାଏଓଭର ନିକଟକୁ ଲାଗି କରି ରହିଥିବା ଏକ ବଡ଼ ହୋର୍ଡିଂରେ ଜଣେ ମହିଳା ପ୍ରାୟ ୧୫ଫୁଟ୍‌ ଉପରକୁ ଚଢ଼ି ଯାଇଥିଲେ। ଏହା ଦେଖି ସେହି ବାଟ ଦେଇ ଯାଉଥିବା ଲୋକ ଅଟକି ଯାଇଥିଲେ। ଧୀରେ ଧୀରେ ଭିଡ଼ ଜମିଥିଲା। ଲୋକ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଖବର ଦେଇଥିଲେ। ତେବେ ପୁଲିସ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକ ମହିଳାଙ୍କୁ ବୁଝାସୁଝା କରି ତଳକୁ ଓହ୍ଲାଇବାରେ ସକ୍ଷମ ହୋଇଥିଲେ। ପିସିଆର ଭ୍ୟାନ୍ ପହଞ୍ଚି ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ଜଣେ ପଡ଼ୋଶୀଙ୍କ ସହ ତାଙ୍କର ପୂର୍ବରୁ ବିବାଦ ରହିଛି ବୋଲି ସେ କହିଥିଲେ। ପଡ଼ୋଶୀଙ୍କ ପୁଅ ଓ ଝିଅ ତାଙ୍କ ମୁଣ୍ଡକୁ ମାରି ଫଟାଇ ଦେଇଥିଲେ। ଏ ନେଇ ଫାଣ୍ଡିରେ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ଫାଣ୍ଡି ବାବୁ ଘରକୁ ତଦନ୍ତ କରିବାକୁ ଯାଇଥିଲେ ଓ ନିଜେ ନିଜର ମୁଣ୍ଡ ପଥରରେ ଫଟାଇ ଦେଇଥିବା କହିଥିଲେ। ଫାଣ୍ଡିବାବୁ ମୋତେ ହଇରାଣ କରୁଛନ୍ତି ଓ ତାଙ୍କ ଉପରେ ରାଗ ଅଛି ବୋଲି ମହିଳାଜଣଙ୍କ କହିଥିଲେ। ତାଙ୍କ ଘର ଗିରିଙ୍ଗାପୁଟରେ ବୋଲି କହୁଥିଲେ। ମହିଳା ଜଣଙ୍କ ମାନସିକ ବିକୃତ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe