ବାଣୀବିହାର ଗଣ୍ଡଗୋଳ ମାମଲା: ରାସ୍ତା ଅବରୋଧରୁ ମହିଳାଙ୍କ ମୃତ୍ୟୁ ଘଟଣାରେ ହାଇକୋର୍ଟଙ୍କ ରିପୋର୍ଟ ତଲବ

Advertisment
ବାଣୀବିହାର ଗଣ୍ଡଗୋଳ ମାମଲା: ରାସ୍ତା ଅବରୋଧରୁ ମହିଳାଙ୍କ ମୃତ୍ୟୁ ଘଟଣାରେ ହାଇକୋର୍ଟଙ୍କ ରିପୋର୍ଟ ତଲବ

Odisha News Insight

ଭୁବନେଶ୍ୱର: ୨୦୧୫ ମସିହାରେ ନିର୍ବାଚନ ବାତିଲକୁ ନେଇ ବାଣୀବିହାରରେ ଛାତ୍ର ଅଶାନ୍ତି ଯୋଗୁ୍ଁ ଟ୍ରାପିକ୍‌ରେ ଫସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଘଟଣା ଘଟିବାର ଦୀର୍ଘ ଦିନ ପରେ ଏହି ମାମଲାରେ ହାଇକୋର୍ଟ ଏବେ ରିପୋର୍ଟ ତଲବ କରିଛନ୍ତି। ମାମଲାର ସ୍ଥିତି ସମ୍ବନ୍ଧରେ ଜଣାଇବାକୁ ହାଇକୋର୍ଟ ସହିଦନଗର ଥାନା ପୁଲିସକୁ ରିପୋର୍ଟ ମାଗିଛନ୍ତି। ପୂର୍ବରୁ ଦୁଇଜଣଙ୍କୁ ଗିରଫ କରାଯାଇଥିଲା। ହେଲେ ସେତେବେଳେ ଶହ ଶହ ଛାତ୍ର ଅଭିଯୁକ୍ତ ଥିଲେ ମଧ୍ୟ ପୁଲିସ ଅନ୍ୟ କାହାରିକୁ ଗିରଫ କରି ନାହିଁ। ହାଇକୋର୍ଟଙ୍କ ନୋଟିସ୍‌ ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଖୋଜିବାରେ ଲାଗି ପଡ଼ିଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ଘୋଷଣା ହେବା ପରେ ୨୦୧୫ ମସିହା ସେପ୍ଟ‌େମ୍ବର ୨୭ ତାରିଖ ଦିନ ଛାତ୍ର ଅଶାନ୍ତି ଦେଖା ଯାଇଥିଲା। ଦୁଇଛାତ୍ର ଗୋଷ୍ଠୀ ମଧ୍ୟରୁ ‌ଗୋଟିଏ ଗୋଷ୍ଠୀ ବିଶ୍ବବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଅନ୍ୟଏକ ଗୋଷ୍ଠୀ ରାଜପଥ ଅବରୋଧ କରିଥିଲା। ଛାତ୍ରମାନଙ୍କର ଏହି ଆନ୍ଦୋଳନ ବେଳେ ଟ୍ରାଫିକ୍‌ ଜାମ୍‌ ଯୋଗୁଁ ସେଥିରେ ଫସିଥିବା ଗାଡ଼ି ଚାଳକ ସୁମନ ଶର୍ମାଙ୍କର ଘଟଣାସ୍ଥଳରେ ହୃଦ୍‌ଘାତ୍‌ କାରଣରୁ ମୃତ୍ୟୁ ଘଟିଥିଲା। ଏହି ମୃତ୍ୟୁ ପାଇଁ ଛାତ୍ରମାନଙ୍କୁ ଦାୟୀ କରି ପୁଲିସ ସେତେବେଳେ ଏକ ମାମଲା ରୁଜୁ କରିବା ସହ ଏକାଧିକ ଛାତ୍ରଙ୍କୁ ଅଭିଯୁକ୍ତ କରିଥିଲା। ଦୁଇଜଣଙ୍କୁ ଗିରଫ କରିବା ପରେ ପୁଲିସ ଚାପରେ ନିରବ ରହିଥିଲା। ହାଇକୋର୍ଟଙ୍କ ନୋଟିସ ପରେ ୫ ବର୍ଷ ତଳର ଏହି ଘଟଣା ପୁଣି ତାଜା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe