ଚନ୍ଦ୍ରଶେଖରପୁର: ଆଜି ସକାଳେ ଜଣେ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ଶବ ମଞ୍ଚେଶ୍ୱର ରେଲ୍େଓ୍ଵ ଷ୍ଟେସନ୍ ଦକ୍ଷିଣ କ୍ୟାବିନ୍ ଭିଏସ୍ଏସ୍ ନଗର ରେଳ ଫାଟକ ନିକଟରେ ପଡ଼ିଥିବା ଦେଖିବାକୁ ମିଳଥିଲା। ତେବେ ମହିଳା ଜଣଙ୍କ ଟ୍ରେନ୍ରୁ ଖସି ପଡ଼ିଥିଲେ ନାଁ ତାଙ୍କୁ କେହିଁ ଠେଲି ଦେଇଛି ତାହା ସ୍ପଷ୍ଟ ହୋଇ ପାରିନି। ତେବେ ଚଳନ୍ତା ଟ୍ରେନ୍ରୁ ନିୟନ୍ତ୍ରଣ ହରାଇ ଖସି ପଡ଼ିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ କହୁଛି। ମୃତ ମହିଳା ଜଣଙ୍କ ହେଲେ ଚକେଇସିଆଣି ସମେଇଗାଡ଼ିଆର ହରପ୍ରିୟା ମହାନ୍ତି(୪୪)। ସେ ଭୁବନେଶ୍ୱରରୁ ମଞ୍ଚେଶ୍ୱର ଆସୁଥିବା ବେଳେ ଭିଏସ୍ଏସ୍ ନଗର ରେଳ ଫାଟକ ନିକଟରେ ଖସି ପଡ଼ିଥିଲେ। ଫଳରେ ଟ୍ରେନ୍ ଲାଇନ୍ରେ କଟି ଦୁଇ ଖଣ୍ଡ ହୋଇଯାଇଥିଲେ। ପୁଲିସ୍ କହିବା ଅନୁଯାୟୀ ମହିଳା ଜଣଙ୍କ ମଞ୍ଚେଶ୍ୱରରେ ପହଞ୍ଚିବା ପୂର୍ବରୁ ଟ୍ରେନ୍ ଫାଟକ ନିକଟରେ ଷ୍ଟେସନ୍କୁ ଅନାଉଥିବା ବେଳେ ବତିଖୁଣ୍ଟ କିମ୍ବା ନିୟନ୍ତ୍ରଣ ହରାଇ ତଳକୁ ଖସିପଡ଼ି ଥାଇ ପାରନ୍ତି। ଅନ୍ୟପକ୍ଷରେ ଗତକାଲି ପୁରୀରୁ ଆସୁଥିବା ଏକ ଟ୍ରେନ୍ରୁ ଜଣେ ମହିଳାଙ୍କ ଶବ ଉଦ୍ଧାର ହେବା ଘଟଣା ପରେ କେହି ହରପ୍ରିୟାଙ୍କୁ ଲୁଟ୍କରି ଚଳନ୍ତା ଟ୍ରେନ୍ରୁ ଠେଲି ଦେଇଥିବା ସନ୍ଦେହ କରାଯାଉଛି। ସୂଚନା ପାଇ ମଞ୍ଚେଶ୍ୱର ଜିଆର୍ପି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଛି। କ୍ୟାପିଟାଲ୍ ହସ୍ପିଟାଲ୍ରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us