Women Entrepreneurs: ୯ ରାଜ୍ୟର ମହିଳା ଉଦ୍ୟୋଗୀଙ୍କ ମେଳି

ଓଡ଼ିଶାର ନାରୀ ଉଦ୍ୟୋଗିତାର ପରିଚୟ ‘ସୁଭଦ୍ରା ଶକ୍ତି ମେଳା-୨୦୨୫’ ଏବେ ଜାତୀୟସ୍ତରର ରୂପ ନେଇଛି। ଓଡ଼ିଶା ସହ ଏହି ବର୍ଷ ମେଳାରେ ଦେଶର ୯ଟି ରାଜ୍ୟ ଯଥା, ଛତିଶଗଡ଼.....

Untitled-9

ଭୁବନେଶ୍ୱର: ଓଡ଼ିଶାର ନାରୀ ଉଦ୍ୟୋଗିତାର ପରିଚୟ ‘ସୁଭଦ୍ରା ଶକ୍ତି ମେଳା-୨୦୨୫’ ଏବେ ଜାତୀୟସ୍ତରର ରୂପ ନେଇଛି। ଓଡ଼ିଶା ସହ ଏହି ବର୍ଷ ମେଳାରେ ଦେଶର ୯ଟି ରାଜ୍ୟ ଯଥା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଗୁଜୁରାଟ, ପଞ୍ଜାବ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଆସାମର ମହିଳା ଉଦ୍ୟୋଗୀମାନେ ଅଂଶଗ୍ରହଣ କରି ନିଜ ଉତ୍ପାଦ ଓ ହସ୍ତଶିଳ୍ପ ପ୍ରଦର୍ଶନ କରୁଛନ୍ତି। ଭାରତୀୟ ସଂସ୍କୃତି, କଳା ଓ ହସ୍ତଶିଳ୍ପରେ ସଜେଇ ହୋଇ ପ୍ରଦର୍ଶନୀ ପଡ଼ିଆ ଏକ ମିନି ଇଣ୍ଡିଆର ରୂପ ନେଇଛି।

ଓଡ଼ିଶାର ସମୃଦ୍ଧ ହସ୍ତଶିଳ୍ପ ଓ ଉତ୍ପାଦ ପାଇଁ ବିପୁଳ ଜନସମାଗମ ହେଉଥିବା ବେଳେ ରାଜ୍ୟ ବାହାର ଷ୍ଟଲଗୁଡ଼ିକରେ ଦର୍ଶକ ଓ ଗ୍ରାହକମାନଙ୍କ ଅପୂର୍ବ ଭିଡ଼ ଦେଖିବାକୁ ମିଳୁଛି। ରାଜ୍ୟ ବାହାର ଉତ୍ପାଦକୁ ବେଶ୍‌ ପସନ୍ଦ କରୁଛନ୍ତି ରାଜଧାନୀବାସୀ। ମେଳାର ତୃତୀୟ ଦିବସରେ ପ୍ରତ୍ୟେକ ରାଜ୍ୟର ଷ୍ଟଲ୍‌ ନିଜର ପାରମ୍ପରିକ ଓ ସ୍ୱତନ୍ତ୍ର ଉତ୍ପାଦ ଦ୍ୱାରା ମେଳାର ଆକର୍ଷଣ ହୋଇଛି।

ପଞ୍ଜାବର ଫୁଲକାରୀ ବସ୍ତ୍ର, ଝାଡ଼ଖଣ୍ଡର ଟସର ସିଲ୍‌କ ଶାଢ଼ି ଓ ଘର ସାଜସଜ୍ଜା ପାଇଁ ଫୁଲଦାନୀ, ତେଲେଙ୍ଗାନାର ଇକ୍କତ୍‌, ଆସାମର ବିଶ୍ୱପ୍ରସିଦ୍ଧ ଏରି ରେଶମ, ଛତିଶଗଡ଼ର ମଲବେରୀ ସିଲ୍କ, ଗୁଜରାଟର ଖଦି କଟନ, ମଧ୍ୟପ୍ରଦେଶର ଚନ୍ଦେରୀ କଟନ ଓ ଜରି ୱର୍କ ଶାଢ଼ି ଏବଂ ପଶ୍ଚିମ ବଙ୍ଗରର ଡିଜାଇନର ବ୍ଲାଉଜ୍, ବାଟିକ ଶାଢ଼ି ଓ ଟେରାକୋଟା କାନଫୁଲ ଲୋକଙ୍କୁ ଆକର୍ଷିତ କରୁଛି। ମେଳାରେ ରାଜ୍ୟ ବାହାରର ଷ୍ଟଲଗୁଡ଼ିକ ଦର୍ଶକ ଓ ଗ୍ରାହକଙ୍କ ମନକୁ ଜିତୁଛି। ତୃତୀୟ ଦିନ ଶେଷ ସୁଦ୍ଧା ୧.୦୨ କୋଟିରୁ ଅଧିକ ଟଙ୍କାର ମୋଟ ବିକ୍ରୟ ରେକର୍ଡ କରାଯାଇଥିଲା। ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାକୁ ଅଧିକ ଉତ୍ସବମୟ ଓ ଆକର୍ଷଣୀୟ କରୁଛି। ହରଗୌରୀ ରଣପା ନୃତ୍ୟ ପରିଷଦ ଦ୍ୱାର ପାରମ୍ପରିକ ରଣପା ନୃତ୍ୟ, ଯୋଡ଼ି ଶଙ୍ଖ ଓ ବିଶିଷ୍ଟ କଣ୍ଠଶିଳ୍ପୀ ଆଶୁତୋଷ ମହାନ୍ତି ଓ ଦଳଙ୍କ ଦ୍ୱାରା ପରିବେଷିତ ସଙ୍ଗୀତ ଦର୍ଶକଙ୍କ ମେଳା ଦେଖାକୁ ଅଧିକ ରଙ୍ଗିନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe