ବିଜେପିରେ ମିଶିଲେ ଶତାଧିକ ମହିଳା

ପାଣି ବାଣ୍ଟି ପ୍ରଚାର କଲେ

ବିଜେପିରେ ମିଶିଲେ ଶତାଧିକ ମହିଳା

ଭୁବନେଶ୍ବର : ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ତଳୀରେ ଶତାଧିକ ମହିଳା ଆଜି ବିଜେପିରେ ଯୋଗଦେଇଛନ୍ତି। ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ତଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ସେମାନଙ୍କୁ ପୁଷ୍ପଗୁଚ୍ଛ ସହ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଛନ୍ତି। ରୀମା ବରାଡ଼, ସାବିତ୍ରୀ ମିଶ୍ର, ରଞ୍ଜନା ଦଳେଇ, ସନ୍ଦୀପ ସାହୁ, ପିଣ୍ଟୁ ଜେନାଙ୍କ ନେତୃତ୍ବରେ ନୂଆପଲ୍ଲୀ ଓ ସହିଦନଗର ଅଞ୍ଚଳର ଶତାଧିକ ମହିଳା ବିଜେପିରେ ସାମିଲ୍‌ ‌ହୋଇଥିଲେ। ଏହି ଯୋଗଦାନ ଭୁବନେଶ୍ବରରେ ବିଜେପିକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

publive-image

ପାଣି ବାଣ୍ଟି ପ୍ରଚାର କଲେ

ପୁରୁଣା ଭୁବନେଶ୍ବର : ଏକାମ୍ର ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ତଥା ଏକାମ୍ର ଜନଜାଗରଣ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ ଆଜି ସ୍ଥାନୀୟ ଭୀମଟାଙ୍ଗୀ ଓ ସୁନ୍ଦରପଦା ଅଞ୍ଚଳରେ ଅଭିନବ ଢଙ୍ଗରେ ପ୍ରଚାର କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ପାଣି ସମସ୍ୟା ଲାଗି ରହିଥିବା ବେଳେ ଏହା ସମଧାନ ହେଉ ନଥିବାରୁ ସେ ଏହାର ପ୍ରତିବାଦ କରିବା ସହିତ ପାନୀୟ ଜଳ ବଣ୍ଟନ କରି ପ୍ରଚାର କରିଥିଲେ। ବିଜୟଲାଭ କଲେ ଏହି ସମସ୍ୟାକୁ ଦୂର କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସୂଚନାଯୋଗ୍ୟ ଯେ ଏଠାରେ ବେଳାଏ ପାଣି ଆସିଲେ ବେଳାଏ ଅସୁନାହିଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ୧୫ଦିନ ହେଲା ଏହି ସମସ୍ୟା ଲାଗି ରହିଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ଏହାର ସମାଧାନ କରିବାରେ ବିଫଳ ହୋଇଛି। ଶ୍ରୀ ନାୟକ ନିର୍ବାଚିତ ହେବା ପରେ ଏହି ସମସ୍ୟାକୁ ଦୂର କରିବାକୁ ଉଦ୍ୟମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe