ଭୁବନେଶ୍ୱର: ସମୟ ଅପରାହ୍ନ ଗୋଟାଏ ୧୫ ମିନିଟ। ସ୍ଥାନ ଜୟଦେବବିହାର ବିଜୁ ପଟ୍ଟନାୟକ ଛକ। ରାସ୍ତାକଡ଼ ପାଣି ପାଇପ୍ ଉପରେ ବସିଥିଲେ ଦୁଇ ମହିଳା। କେତେବେଳେ ପାଇପ୍ ଉପରେ ଶୋଇ ପଡ଼ୁଥିଲେ ତ’ କେତେବେଳେ ଉଠି ଦୁଃଖସୁଖ ହେଉଥିଲେ। ଘଡ଼ିକୁ ଘଡ଼ି ଉଭୟଙ୍କର ଆଖି ସହର ଆଡ଼େ ପହଁରି ଆସୁଥିଲା। ସେମାନେ ଭୋକିଲା ବୋଲି ଦୂରରେ ଥିବା ତିନିଜଣ ଯୁବକ ବୁଝି ପାରିଥିଲେ ବୋଧହୁଏ। ସେମାନେ ଜଣକ ପରେ ଜଣେ ଦୁଇ ମହିଳାଙ୍କ ପାଖରେ ପହଞ୍ଚି ଯାଇଥିଲେ। ‘ବାବୁ, କିଛି ଖାଇବାକୁ ମିଳିବ! ଘରେ ୪ ଦିନ ହେଲା ଗଣ୍ଡଗୋଳ। କିଛି ଖାଇନୁ।’ ଦୁଇଜଣ ମହିଳା ଯୁବକମାନଙ୍କୁ ଏମିତି ନେହୁରା ହୋଇଥିଲେ। ଜଣେ ଯୁବକ ଏଣେ ତେଣେ ଅନାଇ ମହିଳାଙ୍କ ପାଟିରେ ଏକ ବଟିକା ପୂରାଇ ଦେଇଥିଲା। ମାତ୍ର କେଇ ମୁହୂର୍ତ୍ତରେ ଖାଲି ପେଟରେ ଥିବା ଦୁଇ ମହିଳାଙ୍କର ମୁଣ୍ଡକୁ ନିଶା ଚଢ଼ି ଯାଇଥିଲା। ମୋଟା ପାଣି ପାଇପ୍ ଉପରେ ଲମ୍ବ ହୋଇ ଶୋଇ ଯାଇଥିଲେ ଉଭୟ।
/sambad/media/post_attachments/wp-content/uploads/2017/11/1510890640-1495478463-1487510727-molestation.jpg)
ଯୁବକମାନଙ୍କ ମଧ୍ୟରୁ ଜଣେ ରାସ୍ତା ଉପରେ ନଜର ରଖିଥିଲା କାଳେ କିଏ ଆସୁଥିବ। ଆଉ ଜଣେ ମହିଳାଙ୍କର ନିଜ ଲୋକ ଭଳି ପାଖରେ ବସି ରହିଥିଲା। ଆଉ ଜଣେ ମହିଳାଙ୍କୁ ଚିମୁଟି ହୋସ୍ ଅଛି କି ନାହିଁ ଯାଞ୍ଚ କରୁଥିଲା। ନା’ ମହିଳାଙ୍କ କୌଣସି ପ୍ରତିକ୍ରିୟା ନଥିଲା। ଆଖି ବନ୍ଦ ହୋଇଯାଉଥିଲା। ବାସ୍, ଏବେ ଥିଲା ସୁବର୍ଣ୍ଣ ସୁଯୋଗ। କାଳ ବିଳମ୍ବ ନ କରି ଯୁବକ ଜଣକ ମହିଳାଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲା।
/sambad/media/post_attachments/wp-content/uploads/2020/07/fh7sfh87sf8h9sfhhfhhfshsfsfh.jpg)
ଆଉ ଟିକେ ଯାଇଥିଲେ ବୋଧ ହୁଏ ଉଭୟ ମହିଳା ଦୁଷ୍କର୍ମର ଶିକାର ହୋଇଥା’ନ୍ତେ। ତେବେ ଏତିକିବେଳେ ଦୂରରେ ଥିବା କେତେକ ଦୋକାନୀଙ୍କର ଏଭଳି କାଣ୍ଡ ଉପରେ ନଜର ପଡ଼ିଗଲା। ବାଡ଼ି, ବାଉଁଶ ଯିଏ ଯାହା ପାରିଲା ରାସ୍ତକଡ଼ରୁ ଗୋଟାଇ ଯୁବକଙ୍କୁ ପିଟିବାକୁ ଗୋଡ଼ାଇଲେ। ଯୁବକମାନେ ରାସ୍ତା ପାର୍ ହୋଇ ଯିଏ ଯୁଆଡ଼େ ଦଉଡ଼ି ପଳାଇଲେ। ବ୍ୟବସାୟୀମାନେ ଉଭୟ ମହିଳାଙ୍କୁ ଉଠାଇ ସେଠାରୁ ବିଦା କଲେ। ପାଇପ୍ରୁ ଓହ୍ଲାଇବା ବେଳେ ଉଭୟଙ୍କର ଗୋଡ଼ ଟଳମଳ ହେଉଥିଲା। କେହି ପୁଲିସକୁ ମଧ୍ୟ ଫୋନ୍ କରିଥିଲେ। ହେଲେ ଏଭଳି ଘଟଣା ଭିତରେ ପୁଲିସ ପହଞ୍ଚିନଥିଲା। ଭୁବନେଶ୍ବରର ଏକ ବସ୍ତିରେ ମହିଳାମାନେ ରହୁଛନ୍ତି। ସନ୍ଧ୍ୟା ସୁଦ୍ଧା ପାରିବାରିକ କଳହ ତୁଟିବା ସହ ଉଭୟ ଘରକୁ ଫେରିଥିବା ଜଣାପଡ଼ିଛି।
Follow Us