ବର୍ଷାରେ ଭିଜୁଥିବା ପ୍ରବାସୀ ଶ୍ରମିକଙ୍କୁ ଚା’ ପିଆଇଲେ ମହିଳା ଟ୍ରାଫିକ ପୁଲିସ

Advertisment
ବର୍ଷାରେ ଭିଜୁଥିବା ପ୍ରବାସୀ ଶ୍ରମିକଙ୍କୁ ଚା’ ପିଆଇଲେ ମହିଳା ଟ୍ରାଫିକ ପୁଲିସ

ଚନ୍ଦ୍ରଶେଖରପୁର: ତୁହାକୁ ତୁହା ବର୍ଷା। ତା’ସାଙ୍ଗକୁ ପବନ। ତାହାକୁ ଖାତିର ନ କରି ମାନବିକତାର ପରିଚୟ ଦେଇଛନ୍ତି ମହିଳା‌ ଟ୍ରାଫିକ୍‌ କନେଷ୍ଟବଳ ସ୍ବର୍ଣ୍ଣପ୍ରିୟା ଛୋଟରାୟ। ବର୍ଷାରେ ଭିଜି ଭିଜି ଜୟଦେବ ବିହାର ଓଭରବ୍ରିଜ୍‌ ତଳେ ଆଶ୍ରୟ ନେଇଥିବା ବାହାର ରାଜ୍ୟର ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଥି‌ଲେ ସ୍ବର୍ଣ୍ଣପ୍ରିୟା। ବର୍ଷା, ପବନକୁ ଖାତିର ନ କରି ସେମାନଙ୍କୁ ଚା’ ଯୋଗାଇ ଦେଇଥିଲେ ଏବଂ ଭଲ ମନ୍ଦ ପଚାରି ବୁଝିଥିଲେ। ପୂର୍ବାହ୍ନ ପ୍ରାୟ ୧୦ଟା ହେବ। ୬ ଜଣ ଲୋକ ଓଭରବ୍ରିଜ୍‌ ତଳେ ଅଟକି ରହିଥିଲେ। ଝିପିଝିପି ବର୍ଷାରେ ବହୁ ବାଟ ଚାଲିଚାଲି ସେମାନେ ଥକି ପଡ଼ିଥିଲେ। ଆଉ ଆଗକୁ ଯିବା ଲାଗି ସେମାନଙ୍କ ପାଖରେ ବଳ ନ ଥିଲା। ବର୍ଷାରେ ଭିଜିବା ଦ୍ବାରା ଦେହ ହାତ ଥରୁଥିଲା।

ଏହି ସମୟରେ ସେଠାରେ ଟ୍ରାଫିକ୍‌ ପରିଚାଳନା ଦାୟିତ୍ବରେ ଥିବା ସ୍ବର୍ଣ୍ଣପ୍ରିୟା ଶ୍ରମିକମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। କେଉଁଠୁ ଆସିଲେ, କେଉଁଠିକୁ ଯିବେ ସେ ବିଷୟରେ ପଚାରି ବୁଝିଥିଲେ। ଶ୍ରମିକଙ୍କ ସ୍ଥିତି ଦେଖି ସ୍ବର୍ଣ୍ଣପ୍ରିୟା ନିକଟରେ ଥିବା ଓମ୍‌ଫେଡ୍‌ ଷ୍ଟଲରୁ ଚା’ ଆଣି ସେମାନଙ୍କୁ ଯୋଗାଇ ଦେଇଥିଲେ। ବର୍ଷା ପବନରେ ସ୍ବର୍ଣ୍ଣମୟୀଙ୍କ ଏଭଳି କାର୍ଯ୍ୟକୁ ଶ୍ରମିକମାନେ ପ୍ରଶଂସା କରିଥିଲେ। ସେହିପରି ନୟାପଲ୍ଲୀ ଓଭରବ୍ରିଜ୍‌ ତଳେ ବାହାର ରାଜ୍ୟର ୮ ଜଣ ଶ୍ରମିକ ଅଟକି ରହିଥିଲେ। ଗତକାଲି ରାତିରେ ପ୍ରବଳ ବେଗ‌ରେ ପବନ ଓ ବର୍ଷା ହେବା ଯୋଗୁଁ ସେମାନେ ଆଗକୁ ବଢ଼ି ନ ପାରି ଏଠାରେ ଆଶ୍ରୟ ନେଇଥିଲେ। ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତିବିଶେଷ ସେମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe