ବାଲିଅନ୍ତା: ବାଲିପାଟଣା ଫରେଷ୍ଟ ରେଞ୍ଜ ପକ୍ଷରୁ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ଭୁବନେଶ୍ବର-ବନମାଳିପୁର ମୁଖ୍ୟ ରାସ୍ତାର ବାଳକାଟି ସ୍ଥିତ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାରେ ଅତର୍କିତ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର ସାଇଜ କାଠ ପଟା, ଶେଣି ଓ କାଠ ବୋଝେଇ ହୋଇଥିବା ୪୦୭ ଟ୍ରକ୍କୁ ଜବତ କରାଯାଇଛି। ବେଆଇନ କାଠ ବ୍ୟବସାୟ ସନ୍ଦେହରେ ଗାଡ଼ି ଚାଳକଙ୍କ ସମେତ ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଅଟକ ଥିବା ଜଣାପଡ଼ିଛି। ତେବେ ମୁଖ୍ୟ ବ୍ୟବସାୟୀ ଜଣକ ଖସି ପଳାଇଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି। ଜବତ କାଠର ଅନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଜଣାଇଛନ୍ତି। ବିଭାଗ ପକ୍ଷରୁ ଗାଡ଼ି କାଗଜପତ୍ର ଓ ଅନୁମତିପତ୍ର ମିଳିଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯାଉଛି। ଏହି କାଠ ବାଲିଅନ୍ତା କି ବାଲିପାଟଣା ଅଞ୍ଚଳରେ ଥିବା କେଉଁ ସ’ମିଲ୍ ରେ କଟାଯାଇଛି ସେ ନେଇ ମଧ୍ୟ ଅନୁସନ୍ଧାନ ଜାରି ରହିଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରେଞ୍ଜ ଅଫିସର ଜୟକୃଷ୍ଣ ଯଦୁମଣି ଦାସ ଓ ଫରେଷ୍ଟର ମଧୁଛନ୍ଦା ସେଠୀଙ୍କ ସମେତ ଅନ୍ୟ କର୍ମଚାରୀ ଏହି ଚଢ଼ଉ କରିଥିଲେ।
ଲକ୍ଷାଧିକ ଟଙ୍କାର ସାଇଜ କାଠ ଜବତ, ୨ ଅଟକ
Advertisment
Follow Us