ପାତ୍ରପଡ଼ାରେ ନଗର ବନ ପ୍ରକଳ୍ପ ପାଇଁ କାମ ଆରମ୍ଭ, ସୃଷ୍ଟି ହେବ ଜଙ୍ଗଲ, ମିଳିବ ପିକ୍‌ନିକ୍‌ର ମଜା

Advertisment
ପାତ୍ରପଡ଼ାରେ ନଗର ବନ ପ୍ରକଳ୍ପ ପାଇଁ କାମ ଆରମ୍ଭ, ସୃଷ୍ଟି ହେବ ଜଙ୍ଗଲ, ମିଳିବ ପିକ୍‌ନିକ୍‌ର ମଜା

Exporters India

ଖଣ୍ଡଗିରି : ସହର ଭିତରେ ସୃଷ୍ଟିହେବ ଜଙ୍ଗଲ। ଭୁବନେଶ୍ବର ସମେତ ସମ୍ବଲପୁର, କଟକ ଓ ବ୍ରହ୍ମପୁରରେ ରୂପ ନେବ ଏଭଳି ପ୍ରକଳ୍ପ। ଏ ସଂକ୍ରାନ୍ତରେ ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ପାତ୍ରପଡ଼ାରେ ନଗର ବନ ସୃଷ୍ଟି ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଯଦି କରୋନା ସ୍ଥିତି ସ୍ବାଭାବିକ ହୋଇଯାଏ, ତେବେ ଆଗାମୀ ଶୀତଋତୁ ବେଳକୁ ପାତ୍ରପଡ଼ା ଜଙ୍ଗଲରେ ଲୋକେ ପିକ୍‌ନିକ୍‌ର ମଜା ନେଇ ପାରିବେ । ସିଟି ଫରେଷ୍ଟ ଡିଭିଜନ ପକ୍ଷରୁ ଏଥିପାଇଁ ପାଚେରି ନିର୍ମାଣ, ଗଛ ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଥିବା କହିଛି ବନ ବିଭାଗ। ଏଥିପାଇଁ ହୋଇଥିବା ୩ କୋଟିର ବ୍ୟୟ ଅଟକଳ ମଧ୍ୟରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁବ ଶୀଘ୍ର ଦେଢ଼ କୋଟି ମିଳିବ ବୋଲି ଆଶା କରାଯାଉଛି। ବାକି ଦେଢ଼ କୋଟି ରାଜ୍ୟ ସରକାର ଦେବେ।

ପାତ୍ରପଡ଼ାରେ ୨୫୬ ଏକର ଜମିରେ ୧୫୦ ଏକରର ଔଷଧୀୟ ଉଦ୍ୟାନ, ୨୧ ଏକରର ସ୍ମୃତି ଉଦ୍ୟାନ ଏବଂ ପ୍ରସ୍ତାବିତ ୮୫ ଏକର ନଗର ବନକୁ ନେଇ ଜଙ୍ଗଲ କରିଡର କରାଯାଉଛି। ଏହାକୁ ପିକ୍‌ନିକ୍‌ ସ୍ପଟ ଭାବରେ ବିକଶିତ କରାଯିବା ସହିତ ଚଲାପଥ, ରେନ୍‌ସେଡ୍‌, ଶିଶୁ ଉଦ୍ୟାନ, ଶୌଚାଳୟ ଆଦି ନିର୍ମାଣ କରାଯିବ। ଲୋକ ସମାଗମ ବେଳେ ବନ୍ୟପ୍ରାଣୀ, ଜୈବ ବିବିଧତା ଯେଉଁଭଳି ପ୍ରଭାବିତ ନ ହୁଏ ଏଥିପାଇଁ ଗୁରୁତ୍ବ ଦିଆଯିବ। ଜଙ୍ଗଲ ସଫାରି ପାଇଁ ନୂତନ ବ୍ୟାଟେରି ଚାଳିତ ଗାଡ଼ି କିଣାଯିବ। ଏଥିସହିତ ପର୍ଯ୍ୟଟକଙ୍କ ପାଇଁ ସାଇକେଲ, ଜଗିଂ ଟ୍ରାକ ରହିବ। ପାତ୍ରପଡ଼ା ସ୍ଥିତ ସ୍ମୃତିବନରେ ଜନସାଧାରଣ ନିଜ ପ୍ରିୟଜନଙ୍କ ସ୍ମୃତିରେ ଗଛ ଲଗାଉଛନ୍ତି। ଏଠାକାର ୧୭ ଏକର ଜମିରେ ୬୧୯ ଗଛ ଲାଗିଛି। ବାକି ୩ ଏକର ଜମିରେ ବିକାଶ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe