ଡହ ଡହ ଖରା, ହାଡ଼ଭଙ୍ଗା ପରିଶ୍ରମ

Advertisment
ଡହ ଡହ ଖରା, ହାଡ଼ଭଙ୍ଗା ପରିଶ୍ରମ

ଭୁବନେଶ୍ବର: ଡହ ଡହ ଖରାରେ ହାଡଭଙ୍ଗା ପରିଶ୍ରମ। ପେଟ ପାଇଁ ଜୀବନକୁ ବାଜିରେ ଲଗାଇ ଦେଇଛି ଶ୍ରମିକ। ଶ୍ରମିକର ବାଧ୍ୟବାଧକତାକୁ ଦେଖି ଠିକାଦାର ବି ସବୁ ନିୟମକୁ ଗିଳି ଦେଇଛି। କେଉଁ ଉପାନ୍ତ ଅଞ୍ଚଳ କିମ୍ବା ଗଳିକନ୍ଦିରେ ନୁହେଁ, ବରଂ ରାଜଧାନୀ ଛାତି ଉପରେ ଏଭଳି କେତେକ ଚିତ୍ର ଆଜି ନଜରକୁ ଆସିଛି।

ଲଗାତାର ତିନିଦିନ ଧରି ସହରରେ ପାରଦ ତଳକୁ ଖସିବା ନାଁ ଧରୁନି। ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ଶ୍ରିମିକମାନଙ୍କୁ କାମ କରିବାକୁ ବାରଣ କରାଯାଇଛି। ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଯନ୍ତ୍ରୀ, ମନ୍ତ୍ରୀ ଯିବା ଆସିବା କରୁଛନ୍ତି। ହେଲେ କାହାର ନଜର ପଡ଼ୁନି। ଶ୍ରମିକମାନେ ସେମିତି ଖରାରେ ଶିଝୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe