ସମାଜସେବା ମନୋବୃତ୍ତି ନେଇ କାମ କର

Advertisment

ଚତୁର୍ଥ ଗୀତାଞ୍ଜଳି ଉତ୍କର୍ଷ ସମ୍ମାନରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆହ୍ବାନ

ଚତୁର୍ଥ ଗୀତାଞ୍ଜଳି ଉତ୍କର୍ଷ ସମ୍ମାନରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆହ୍ବାନ

ସମାଜସେବା ମନୋବୃତ୍ତି ନେଇ କାମ କର

ଭୁବନେଶ୍ବର: ସମାଜସେବା କରିବାର ମନୋବୃତ୍ତି ନେଇ କାମ କଲେ, ସମାଜରେ ବେତନ‌ଭୋଗୀ ସମାଜସେବୀଙ୍କର ଆଉ ଆବଶ୍ୟକତା ରହିବ ନାହିଁ। ନିଜେ ସମାଜସେବା କରିବା ସହ ଯଦି ଆଉ ଶହେ ଜଣଙ୍କୁ ଏହି ମହତ୍‌ କାମରେ ସାମିଲ କରିପାରିବା, କିଛି ବର୍ଷ ଭିତରେ ଆମେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା।

ସମାଜରେ ପ୍ରତ୍ୟେକ ଲୋକ ଅନ୍ୟକୁ ସାହାଯ୍ୟର ହାତ ବଢ଼ାଇବା ଦରକାର। ଅନ୍ୟକୁ ସାହାଯ୍ୟ କରୁଥିବା ବ୍ୟକ୍ତିର ମସ୍ତିଷ୍କ ଓ ସ୍ବାସ୍ଥ୍ୟ ସର୍ବଦା ସୁସ୍ଥ ରୁହେ। ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗେବଷଣା କେନ୍ଦ୍ରରେ ଆୟୋଜିତ ୪ର୍ଥ ଗୀତାଞ୍ଜଳି ଏକ୍ସେଲେନ୍ସ ଆୱାର୍ଡ-୨୦୨୧ରେ ଉଦ୍‌ଘାଟକ ଭାବେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଯୁବପିଢ଼ିଙ୍କୁ ଏପରି ଆହ୍ବାନ ଦେଇଛନ୍ତି।

ଫାଉଣ୍ଡେସନ୍‌ର ମୁଖ୍ୟ ଉପଦେଷ୍ଟା ତଥା ଜୟଦେବ ନିର୍ବାଚନମଣ୍ଡଳୀର ବିଧାୟକ ଅରବିନ୍ଦ ଢାଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥି‌ଲେ ଯେ ଆମେ ସଂସାରକୁ ଯାହା ଦେବା, ପ୍ରତିବଦଳ‌ରେ ଦିନେ ନା ଦିନେ ତାହା ପାଇବା। ତେଣୁ ସର୍ବଦା ନିସ୍ବାର୍ଥପର ଭାବେ ଅନ୍ୟକୁ ସାହାଯ୍ୟ କରିବା ଉଚିତ। ଆଜିର ଯୁବପିଢ଼ି ସମାଜସେବା ପାଇଁ ଆଗେଇ ଆସିବା ଦରକାର ବୋଲି ଶ୍ରୀ ଢାଲି କହିଥିଲେ। ରାଜ୍ୟ ଭିନ୍ନକ୍ଷମ କମିସନ୍‌ର ଅଧ୍ୟକ୍ଷା ସୁଲୋଚନା ଦାସ, ଆୟକର ବିଭାଗର ପୂର୍ବତନ ଆୟୁକ୍ତ ଶରତ ଦାସ, ନାଲ୍‌କୋର ମହାପ୍ରବନ୍ଧକ ଆଶୁତୋଷ ରଥ ଓ ଅନୁଷ୍ଠାନର ଉପଦେଷ୍ଟା ଶୁଚିସ୍ମିତା ପୃଷ୍ଟି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମତ ରଖିଥିଲେ।

ଏହି ଅବସରରେ ସମାଜ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ପଦ୍ମଶ୍ରୀ ବଟକୃଷ୍ଣ ସାହୁ, ଆର୍‌ଏମ୍‌ଆର୍‌ସିର ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି, କମିସନରେଟ୍‌ ପୁଲିସ ଏସିପି ଲଳିତେନ୍ଦୁ ମହାନ୍ତି, ନେହା ନୀ‌ହାରିକା କରଙ୍କ ସମେତ ମୋଟ ୩୫ଜଣଙ୍କୁ ସମ୍ମାନିତ କରାଯାଇଥିଲା। ଅଧ୍ୟକ୍ଷ ରଂଜନ କୁମାର ଦାସ ସ୍ବାଗତ ଭାଷଣ ଦେଇଥିବା ବେଳେ ଟ୍ରଷ୍ଟି ତାପସ ରଂଜନ ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ। ବିଶ୍ବଜିତ୍ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe