ଶ୍ରମିକଙ୍କୁ ମାରି ଟାଙ୍ଗିଦେଲେ!

ଦିନରେ ଯୁବତୀକୁ ହତ୍ୟା କରିବା ପରେ ରାତିରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା

brothersofthebook.com

ବାରଙ୍ଗ : ବାରଙ୍ଗ ଥାନା ଅଧୀନ ଗୋଡ଼ିସାହି ଫାଣ୍ଡି ପୁଲିସ୍ ରବିବାର ଦିନ ଏକ ଗଛରୁ ଜଣେ ଶ୍ରମିକଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି। ମୃତକ ହେଲେ, ପଶ୍ଚିମବଙ୍ଗ ପୂର୍ବ ମୋଲାପାର ଦକ୍ଷିଣ ଦିନାଜପୁର ଅଞ୍ଚଳର ଦିଲ୍ଲୀପ ହାଂସଦା (୪୨)। ସେ ନିକଟସ୍ଥ ଏକ ଘରୋଇ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ।

ରବିବାର ସକାଳେ ଗୋଡ଼ିସାହି ଗାଁର ଭାଲୁଙ୍କା ମୁଣ୍ଡାସାହି ରାସ୍ତା ବାମପାର୍ଶ୍ବ‌ରେ ଥିବା ଏକ ଗଛରେ ତାଙ୍କ ଶବ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ହେଉଛି। ଦିଲ୍ଲୀପଙ୍କ ମୁହଁ, ହାତ ଓ ଗୋଡ଼ରୁ ରକ୍ତସ୍ରାବ ହେଉଥିବା ବେଳେ ତାଙ୍କ ଦୁଇ ଗୋଡ଼ ଭୂମି‌ରେ ଲାଗି ରହିଥିଲା। ତେଣୁ ତାଙ୍କୁ ହତ୍ୟା କରାଯିବା ପରେ ଗଛରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଛି ବୋଲି ସନ୍ଦେହ ପ୍ରକାଶ ପାଇଛି। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନା ପଠାଇବା ସହ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ରହସ୍ୟରୁ ପରଦା ହଟିବ ବୋଲି ପୁଲିସ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe