ହାଇଦ୍ରାବାଦରେ ଫସିଥିବା ଇଟାଭାଟି ଶ୍ରମିକ ଉଦ୍ଧାର

Advertisment
ହାଇଦ୍ରାବାଦରେ ଫସିଥିବା ଇଟାଭାଟି ଶ୍ରମିକ ଉଦ୍ଧାର

ଭୁବନେଶ୍ବର: ସିକନ୍ଦରାବାଦର ପିଥମପୁରମ୍‌ସ୍ଥିତ ଇଟାଭାଟିରେ କାମ ପାଇଁ ଯାଇ ହାଇଦ୍ରାବାଦରେ ଫସି ରହିଥିବା ପଶ୍ଚିମ ଓଡ଼ିଶାର ୩୨ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନେ ଆଜି ସମ୍ବଲପୁର ଓ ବରଗଡ଼ ଜିଲ୍ଲାକୁ ଫେରିଛନ୍ତି। ଆସନ୍ତାକାଲି ସୁଦ୍ଧା ସେମାନେ ତାଙ୍କ ଘରେ ପହଞ୍ଚିଯିବେ ବୋଲି ଆଶା କରିଛନ୍ତି। ଏ‌ ସଂପର୍କରେ ଶ୍ରମ କମିସନର୍‌ ଆଜି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି। ଅପରପକ୍ଷେ ଶ୍ରମିକଙ୍କ ପ୍ରାପ୍ୟ ପ୍ରଦାନ ପାଇଁ ଇଟାଭାଟି ମାଲିକଙ୍କ ସହିତ ଆଲୋଚନା ହୋଇଛି। ପ୍ରଥମ ପର୍ଯ୍ୟାୟରେ ମାଲିକ ଶ୍ରମିକଙ୍କ ୨୦ ହଜାର ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପରବର୍ତ୍ତୀ ସମୟରେ ବାକି ଟଙ୍କା ଦେବ ବୋଲି କୁହାଯାଇଛି।

ସୂଚନା ଅନୁଯାୟୀ, ୬ମାସ ପୂର୍ବରୁ ଇଟାଭାଟିରେ କାର୍ଯ୍ୟ ପାଇଁ ୬ ଶିଶୁଙ୍କ ସମେତ ୩୨ଜଣ ବ୍ୟକ୍ତି ପିଥମପୁରମ୍‌ ଯାଇଥିଲେ। ୬ ମାସରେ ୩୦ରୁ ୩୫ ହଜାର ପ୍ରାପ୍ୟ ପ୍ରଦାନ ପାଇଁ ଇଟାଭାଟି ମାଲିକ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କାମ କରିବା ପରେ ମାଲିକ ପ୍ରାପ୍ୟ ଦେବା ବଦଳରେ ଶ୍ରମିକମାନଙ୍କୁ ତଡ଼ି ଦେଲେ। ଏପରିକି କିଛି ଦିନ ହେଲା ଖାଦ୍ୟ ବ୍ୟବସ୍ଥା ମଧ୍ୟ କରୁ ନଥିଲେ। ଏଥିଯୋଗୁଁ ସେମାନେ ଘରକୁ ଯିବା ପାଇଁ ଆସି ହାଇଦ୍ରାବାଦସ୍ଥିତ ବସ୍‌ଷ୍ଟାଣ୍ଡରେ ଫସି ଯାଇଥିଲେ। ଶ୍ରମିକମାନଙ୍କ ପ୍ରାୟ ୭ଲକ୍ଷ ଟଙ୍କା ବକେୟା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe