ସଫେଇ ବନ୍ଦ କରି ଧାରଣା ଦେଲେ କର୍ମୀ: ମୃତକଙ୍କ ଉତ୍ତରାଧିକାରୀଙ୍କୁ ୫ଲକ୍ଷର ଅନୁକମ୍ପା ରାଶି

Advertisment

ହତ୍ୟାକାଣ୍ଡର ଶିକାର ହୋଇଥିବା ସଫେଇ କର୍ମଚାରୀ ସ୍ୱର୍ଗତ ସହଦେବ ନାୟକଙ୍କ ପରିବାରକୁ କ୍ଷତିପୂରଣ ଓ ଚାକିରି ଦାବିରେ ଆଜି ଭୁବନେଶ୍ବର ମୁନିସିପାଲିଟି ସଫେଇ ମଜଦୂର ସଂଘର ଶହଶହ ସଫେଇକର୍ମୀ ବିଏମ୍‌ସି ‌ଘେରିଥିଲେ।

ହତ୍ୟାକାଣ୍ଡର ଶିକାର ହୋଇଥିବା ସଫେଇ କର୍ମଚାରୀ ସ୍ୱର୍ଗତ ସହଦେବ ନାୟକଙ୍କ ପରିବାରକୁ କ୍ଷତିପୂରଣ ଓ ଚାକିରି ଦାବିରେ ଆଜି ଭୁବନେଶ୍ବର ମୁନିସିପାଲିଟି ସଫେଇ ମଜଦୂର ସଂଘର ଶହଶହ ସଫେଇକର୍ମୀ ବିଏମ୍‌ସି ‌ଘେରିଥିଲେ।

sssf

ଭୁବନେଶ୍ୱର: ହତ୍ୟାକାଣ୍ଡର ଶିକାର ହୋଇଥିବା ସଫେଇ କର୍ମଚାରୀ ସ୍ୱର୍ଗତ ସହଦେବ ନାୟକଙ୍କ ପରିବାରକୁ କ୍ଷତିପୂରଣ ଓ ଚାକିରି ଦାବିରେ ଆଜି ଭୁବନେଶ୍ବର ମୁନିସିପାଲିଟି ସଫେଇ ମଜଦୂର ସଂଘର ଶହଶହ ସଫେଇକର୍ମୀ ବିଏମ୍‌ସି ‌ଘେରିଥିଲେ। ଦୀର୍ଘ ସମୟ ଧରି ସେମାନେ ଧାରଣାରେ ବସିବାରୁ ସହରର ୬୦ରୁ ଊର୍ଦ୍ଧ୍ବ ୱାର୍ଡରେ ସଫେଇ ଠପ୍‌ ହୋଇଯାଇଥିଲା। ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜ୍ୟ ଓ ଦେଶ ବାହାରରୁ ହଜାର ହଜାର ପ୍ରତିନଧି ଆସିଥିବାରୁ ବିଏମ୍‌ସିର ଚିନ୍ତା ବଢ଼ିଥିଲା। ସଫେଇ ଦାୟିତ୍ବ ନେଇଥିବା ଏଜେନ୍‌ସିମାନେ ନିଜ ନିଜ କର୍ମଚାରୀଙ୍କ ଜରିଆରେ ମୁଖ୍ୟ ରାସ୍ତା ସଫା କରିବାକୁ ଉଦ୍ୟମ କରିଥିଲେ। ଦୁଇଟି ସିଫ୍ଟରେ ଯେଉଁଠି ସଫେଇ କର୍ମଚାରୀ ଥିଲେ ସେମାନଙ୍କୁ ଆଣି କେତେକ ଗଳି ରାସ୍ତା ସଫା କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା। ରାତି ସୁଦ୍ଧା ମଧ୍ୟ ସଫା ହୋଇ ନଥିଲା। ତେବେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବାରୁ ଆସନ୍ତାକାଲି ସଫେଇ ବନ୍ଦ ନିଷ୍ପତ୍ତିରୁ ସଂଘ ଓହରିଛି। 

ମୃତକଙ୍କ ଉତ୍ତରାଧିକାରୀଙ୍କୁ ୫ଲକ୍ଷର ଅନୁକମ୍ପା ରାଶି
ଏଜେନ୍ସି  ଜରିଆରେ ସୁପରଭାଇଜର ଚାକିରି

ମୃତକଙ୍କ ଉତ୍ତରାଧିକାରୀଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ଓ ସ୍ୱର୍ଗତ ନାୟକଙ୍କ ପତ୍ନୀଙ୍କୁ ସମ୍ପୃକ୍ତ ଏଜେନ୍‌ସିରେ ସୁପଭାଇଜର ଭାବେ ନିଯୁକ୍ତି ଦେବା ପାଇଁ ସ୍ଥିର ହୋଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ପରିମଳ ଷ୍ଟାଣ୍ଡିଂ କମିଟି ସ୍ୱତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବିଏମ୍‌ସିର ସୂଚନା ମୁତାବକ, ସଫେଇ କର୍ମୀ ସ‌ହଦେବଙ୍କୁ ହତ୍ୟା କରାଯିବା ପରେ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଥିଲେ। ପ୍ରବାସୀ ଭାରତୀୟ ଦିବସ ପାଇଁ ଅଣାଯାଇଥିବା ଅତିରିକ୍ତ ୨୬୨ ଜଣ ସଫେଇ କର୍ମୀଙ୍କୁ ପ୍ରମୁଖ ରାସ୍ତା ସଫେଇ କାମରେ ନିୟୋଜିତ କରାଯାଇଥିଲା। ବିଏମ୍‌ସିରେ କାମ କରୁଥିବା ସ୍ୱେଚ୍ଛାସେବୀ ସଂଗଠନଗୁଡିକ ବାହାରୁ ସଫେଇ କର୍ମୀଙ୍କୁ ଆଣିଥିଲେ। ଆନ୍ଦୋଳନରତ କର୍ମଚାରୀଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା ପରେ ମେୟର ରାଜ୍ୟ ସରକାରଙ୍କୁ ଏ ବାବଦରେ ଚିଠି ଲେଖିଛନ୍ତି। ଏକମାତ୍ର ରୋଜଗାରକ୍ଷମ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହିତ ନିକଟ ସମ୍ପର୍କୀୟଙ୍କୁ ସରକାରୀ ଚାକିରି ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe