କର୍ମକ୍ଷେତ୍ରରେ ଦୁର୍ଘଟଣା ରୋକିବାକୁ ତାଲିମ

କର୍ମକ୍ଷେତ୍ରରେ ଦୁର୍ଘଟଣା ରୋକିବାକୁ ତାଲିମ

ଭୁବନେଶ୍ୱର : କର୍ମକ୍ଷେତ୍ରରେ ଦୁର୍ଘଟଣା ଧୀରେ ଧୀରେ ବଢ଼ି ଚାଲୁଛି। ଏହା ଫଳରେ କର୍ମଚାରୀମାନେ ଆହତ ହେଉଛନ୍ତି ତ’ କେବେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଦୁର୍ଘଟଣା ହେଉଛି ଏକ ପ୍ରାକୃତିକ ବିପତ୍ତି। ଏହାକୁ ରୋକିବା ସମ୍ଭବ ନୁହେଁ। କିନ୍ତୁ ଏହା ଦ୍ୱାରା ଆହତ ହେବାରୁ ଆମେ ବର୍ତ୍ତିପାରିବା। ଏଣୁ  ଶୂନ୍‌  ଦୁର୍ଘଟଣା ନୁହେଁ, ଦୁର୍ଘଟଣାଜନିତ ‘ଶୂନ ହାନି/କ୍ଷତି’ ଆମର ସ୍ଳୋଗାନ ହେବା ଉଚିତ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ  କହିଛନ୍ତି। ଆଜି ଇଣ୍ଡୋ-ଜର୍ମାନ ଫୋକାଲ ପଏଣ୍ଟ୍‌-ସୋସିଆଲ୍‌ ସିକ୍ୟୁରିଟି ଫର୍‌ ଇଣ୍ଡିଆ, ଡିଜିୟୁଭି ପକ୍ଷରୁ ବାପୁଜୀନଗରସ୍ଥିତ ମାଲି ନିବାସଠାରେ ଆୟୋଜିତ ‘ଭିଜନ୍‌ ଜିରୋ’ ଶୀର୍ଷକ ଏକ କର୍ମଶାଳାରେ  ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ କାନୁନ୍‌ଗୋ କହିଲେ, ଏଭଳି ଦୁର୍ଘଟଣାରୁ ବଞ୍ଚିବା ପାଇଁ ନିରାପତ୍ତା ପ୍ରତି ଦୃଷ୍ଟି ଦେବା ସହ ସେମାନଙ୍କ ସାମାଜିକ ସୁରକ୍ଷା ଉପରେ ଦୃଷ୍ଟି ଦେବା ଉଚିତ।

ଏହି ଅବସରରେ ବିଭିନ୍ନ ଶ୍ରମିକ ସଂଗଠନ, କର୍ମଚାରୀ ଓ ସମାଜସେବୀମାନଙ୍କୁ ନେଇ ଏକ ତାଲିମ ଶିବିର ମଧ୍ୟ ଆଜି ଉଦ୍‌ଘାଟିତ ହୋଇଥିଲା। ଏଥିରେ ଡିଜିୟୁଭିର ବରିଷ୍ଠ ଉପଦେଷ୍ଟା ପ୍ରଫେସର କର୍ଲ-ହିଞ୍ଜ୍‌ ନୋଏଟାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପ୍ରକଳ୍ପ ଅଧିକାରୀ କ୍ରିଷ୍ଟିନା ଏଗର୍‌ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। କର୍ମଶାଳାରେ ଇଏସ୍‌ଆଇସିର ପୂର୍ବତନ ବୀମା ଆୟୁକ୍ତ ବି କେ ସାହୁ ଓ ଟେଲିକମ୍‌ର ପୂର୍ବତନ ସଚିବ ବି.ଏନ୍‌ ସୋମ୍‌ ଉପସ୍ଥିତ ଥିଲେ। ଏସ୍‌ ସୂତାର୍‌ ଶେଷରେ ଧନ୍ୟବାଦ ଜଣାଇଥିଲେ। ସୂଚନାଯୋଗ୍ୟ ଯେ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ଦୁର୍ଘଟଣା ହାର ରୋକିବାକୁ ତଥା ବୃତ୍ତିଗତ ନିରାପତ୍ତା ମାନରେ ଉନ୍ନତି ଆଣିବାକୁ ବିଶ୍ୱ ବ୍ୟାପି ‘ଭିଜନ୍‌ ଜିରୋ’ ଥିମ୍‌କୁ ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe