‘ପରିବେଶ ଓ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ କର୍ମଶାଳା’

Advertisment

‘ସନ୍ତାନ ଜନ୍ମ’ ଏବେ ବଡ଼ ସମସ୍ୟା ପାଲଟିଲାଣି

‘ସନ୍ତାନ ଜନ୍ମ’ ଏବେ ବଡ଼ ସମସ୍ୟା ପାଲଟିଲାଣି

‘ପରିବେଶ ଓ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ କର୍ମଶାଳା’

ଭୁବନେଶ୍ବର: ଆଜିକାଲି ସନ୍ତାନ ଜନ୍ମ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏହାର ମୁଖ୍ୟ କାରଣ ମଣିଷ ଶରୀରରେ ହରମୋନ୍‌ର ଅସନ୍ତୁଳନ। ଆମେ ଖାଉଥିବା ଖାଦ୍ୟ, ପରିବେଶ ପ୍ରଦୂଷଣ ଓ ଅନିଦ୍ରା ଏହି ଅସନ୍ତୁଳନ ପାଇଁ ଦାୟୀ। ମାତ୍ରାଧିକ କଳକାରଖାନା ଗଢ଼ି ଉଠିବା, ପ୍ଲାଷ୍ଟିକ୍‌ ସାମଗ୍ରୀ ଓ ରସାୟନର ବହୁଳ ବ୍ୟବହାର ମାନବ ସମାଜକୁ ଏକ ବଡ଼ ବିପଦ ଆଡ଼କୁ ଟାଣିନେଉଛି। ଏହାର ପ୍ରଭାବ ଯୋଗୁଁ ପରିବେଶ ଯେଭଳି ବଦଳୁଛି, ତାହାର କୁପ୍ରଭାବ ସିଧାସଳଖ ମାନବ ସମାଜ ଉପରେ ପଡ଼ୁଛି। ପିଇବା ପାଣିଠାରୁ ଆରମ୍ଭ କରି ସାଲାଇନ୍‌ ପର୍ଯ୍ୟନ୍ତ, ସବୁଠି ଆମେ ପ୍ଲାଷ୍ଟିକ୍‌ ଉପରେ ନିର୍ଭର କରୁଛନ୍ତି। ହେଲେ ଏହି ପ୍ଲାଷ୍ଟିକ୍‌ ଯେ ମାନବ ସମାଜ ପାଇଁ ଏକ ବଡ଼ ବିପଦ, ସେଥିପ୍ରତି ଆମେ ଚିନ୍ତା କରୁନୁ। ସେହିପରି ଆମେ ଯେଉଁ ଖାଦ୍ୟ ଖାଉଛନ୍ତି, ତାହା ବିଷାକ୍ତପ୍ରାୟ। ପ୍ୟାକିଂ ଫୁଡ୍‌ ହେଉ କି ବଜାରରୁ କିଣାଯାଉଥିବା ପରିବା, ସବୁଥିରେ ବହୁଳ ଭାବେ ପ୍ରିଜରଭେଟିଭସ୍‌ (ଖାଦ୍ୟ ସଂରକ୍ଷଣ ପାଇଁ ବ୍ୟବହାର ରସାୟନ) ବ୍ୟବହାର କରାଯାଉଛି, ଯାହାକି ଆମ ଶରୀର ପାଇଁ କ୍ଷତିକାରକ। ଏମିତିକି ଆମେ ପିଉଥିବା କ୍ଷୀର ମଧ୍ୟ ଏଥିରୁ ବଞ୍ଚିତ ନୁହେଁ। ସେମିତି ଆଜିକାଲିର ଯୁବପିଢ଼ିଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଶରୀରକୁ ସୁନ୍ଦର ରଖିବା ପାଇଁ ବିଭିନ୍ନ କସ୍‌ମେଟିକ୍ସର ବ୍ୟବହାର କରୁଛନ୍ତି। ତେବେ ଏଥିରେ ବ୍ୟବହୃତ କେମିକାଲ୍ସ ମାନବ ସମାଜ ପାଇଁ କ୍ଷତିକାରକ। କିନ୍ତୁ ଆମେ ଏସବୁ ଉପରେ ଏତେ ନିର୍ଭରଶୀଳ ‌ହୋଇପଡ଼ିଛନ୍ତି ଯେ ଏହାକୁ ସମ୍ପୂର୍ଣ୍ଣ ବର୍ଜନ କରିବା ସହଜ ନୁହେଁ। ତେଣୁ ଆମକୁ ସଚେତନ ହେବାକୁ ପଡ଼ିବ। ଏଥିପାଇଁ ଆମେ ନିଜ ନିଜ ସ୍ତରରୁ ସଚେତନତା ଆରମ୍ଭ କରିବା ଦରକାର। ଆଜି ଇସାର(ଇଣ୍ଡିଆନ୍‌ ସୋସାଇଟ୍‌ ଅଫ୍‌ ଆସିଷ୍ଟେଡ୍‌ ରିପ୍ରଡକ୍ସନ) ପକ୍ଷରୁ ହୋଟେଲ୍‌ ପାଲ୍‌ହାଇଟ୍‌ ମନ୍ତ୍ରାଠାରେ ଆୟୋଜିତ ‘ପରିବେଶ ଓ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ’ ଶୀର୍ଷକ କର୍ମଶାଳାରେ ଯୋଗଦେଇଥିବା ବିଶିଷ୍ଟ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି। କର୍ମଶାଳାରେ ବିଶିଷ୍ଟ ଅତିଥି ଭାବେ ‘ସମ୍ବାଦ’ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ଆଇଏଏସ୍‌ ରଂଜନା ଚୋପ୍ରା, ଡ. ବୀରେନ୍‌ ବାନାର୍ଜୀ ଓ ୟୁନିସେଫ୍‌ର ମନିକା ନିଲ୍‌ସେନ୍‌ ଯୋଗଦେଇ ମତ ରଖିଥିଲେ। ଇସାର ଓଡ଼ିଶା ଚାର୍ଟର ଅଧ୍ୟକ୍ଷ ଡ. ସୁଜାତା କର ଅଧ୍ୟକ୍ଷତା କରିଥିବା ବେଳେ ଡ. ଜୟଶ୍ରୀ ପଟ୍ଟନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe